ଭୁବନେଶ୍ୱର : ମୁଣ୍ଡରେ ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ହେଲେ କେନ୍ଦ୍ରାପଡ଼ାର ପରେଶ, ଅର୍ଥ ଅଭାବରୁ ଅସ୍ତ୍ରୋପଚାର କରି ନ ପାରି ଛଟପଟ ହେଉଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅସ୍ତ୍ରୋପଚାର ସଫଳ ହେବା ପରେ ସୁସ୍ଥ ହୋଇ ପ୍ରଥମେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କୁ । ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ହିତାଧିକାରୀ ପରେଶଙ୍କ ମଧ୍ୟରେ ସେତୁ ସାଜିଲା ଓଡ଼ିଶା-ମୋ ପରିବାର |
ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଙ୍ଗୁଳେଇ ଗ୍ରାମପଞ୍ଚାୟତ ପୋସ୍ତ ଗ୍ରାମର ବାସିନ୍ଦା ପରେଶ୍ ମଣ୍ଡଳ ପେଷାରେ ଜଣେ ଅଟୋ ଚାଳକ ଅଟନ୍ତି। ହଠାତ୍ କିଛି ଦିନ ହେବ, ତାଙ୍କ ମୁଣ୍ଡରେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ ,ସେହି ଅଞ୍ଚଳର ଜଣେ ସମାଜସେବୀ ଏହି ଖବର ପାଇ ଓଡ଼ିଶା-ମୋ ପରିବାରର ସମ୍ ହସ୍ପିଟାଲ ସଂଯୋଜକ ଶ୍ରୀ ରଶ୍ମୀ ରଞ୍ଜନ ପ୍ରଧାନଙ୍କୁ ଜଣାଇଥିଲେ । ଖବର ପାଇବା ପରେ, ରଶ୍ମୀ ତୁରନ୍ତ ପଦକ୍ଷେପ ନେଇ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର କରି ଚିକିତ୍ସା କରାଇ ଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେବା ପରେ ଜଣା ପଡ଼ିଥିଲା ଯେ ତାଙ୍କର ଉଚ୍ଚ ରକ୍ତଚାପ ଯୋଗୁଁ ବ୍ଲଡ଼ କ୍ଲଟ୍ ହୋଇଥିଲା, ତେଣୁ ତାଙ୍କୁ ଡାକ୍ତର ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ଅର୍ଥ ଅଭାବରେ ଥିବା ପରିବାରବର୍ଗ, ଏହି ପରିସ୍ଥିତିରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ । ରଶ୍ମୀ, ସଙ୍ଗେସଙ୍ଗେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ତାଙ୍କୁ ଅନ୍ତର୍ଭୁକ୍ତ କରାଇ ଜରୁରୀକାଳୀନ ଭିତ୍ତିରେ ଅସ୍ତ୍ରୋପଚାର କରାଇଥିଲେ। ଶେଷରେ, ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଥିଲା, ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଉପଯୁକ୍ତ ସମୟରେ ସହାୟତାର ହାତ ବଢାଇଥିବାରୁ ପରେଶଙ୍କ ପରିବାର ବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.