ଜଗତସିଂହପୁର,ତା-୦୮.୧୨.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ ଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ପଞିକରଣ ସମ୍ପର୍କୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।କୃଷକ ମାନଙ୍କ କଲ୍ୟାଣ ନିମନ୍ତେ ଭାରତସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଅଭିନବ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ୟତମ। ଏହି ଯୋଜନାରେ ଫସଲ ନଷ୍ଟ ହେଲେ ବୀମା ଆବରଣ ଯୋଗାଇ ଦିଏ ଏବଂ ଚାଷୀର ଆର୍ଥିକ ଓ ସାମାଜିକ ମେରୁଦଣ୍ଡ କୁ ସୁଦୃଢ଼ କରିଥାଏ। ଚଳିତ ବର୍ଷ ରବି ଫସଲ ରେ ୨ ହେକଟର ପର୍ଯ୍ୟନ୍ତ ବୀମା ପ୍ରିମିଅମ ରାଜ୍ୟ ସରକାର ବହନ କରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ରବି ଋତୁ ପାଇଁ ଜଗତସିଂହପୁର ଜିଲ୍ଲା ପାଇଁ ଧାନ, ଚୀନା ବାଦାମ,ଆଖୁ,ମୁଗ,ବିରି ଏବଂ ଆଳୁ ଫସଲ ରେ ବୀମା ହୋଇପାରିବ। ଏହି ଯୋଜନା ରେ ପଂଜିକୃତ କରାଇବାର ଅନ୍ତିମ ତାରିଖ ହେଉଛି ୧୫.୧୨.୨୦୨୩. ତେଣୁ ଜଗତସିଂହପୁର ଜିଲ୍ଲା ର ସମସ୍ତ ଋଣୀ ଓ ଅଣଋଣୀ ଚାଷୀ ମାନଙ୍କୁ ନିଜ ଫସଲ ର ସୁରକ୍ଷା ହେତୁ ନିକଟସ୍ଥ ବ୍ୟାଙ୍କ, ଜନସେବା କେନ୍ଦ୍ର, ବ୍ଲକ ଇନସ୍ୟୁରାନ୍ସ ଏଜେଣ୍ଟ ବା କୃଷି ବିଭାଗ କୁ ଯୋଗାଯୋଗ କରି ନିଜକୁ ପଂଜିକୃତ କରି ସରକାରଙ୍କର ଏହି ଅଭିନବ ଯୋଜନା ର ଲାଭ ଉଠାଇବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ଏହି ବୈଠକରେ କୃଷି ବିଭାଗ ଅଧିକାରୀ, ସହକାରୀ ସମବାୟ ନିବନ୍ଧକ,ଉପନିର୍ଦ୍ଦେଶକ ଯୋଜନା ଓ ସମନ୍ୱୟ, ବୀମା କମ୍ପାନୀ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.