
ଜଗତସିଂହପୁର,ତା-୦୮.୧୨.୨୦୨୩/ସୁମନ୍ତ କୁମାର ଦାସ: ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବାର ପ୍ରୟାସ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଅଭିଯାନ ଶିବିର ଆୟୋଜନ କରାଯାଉଅଛି। ଏହି ଅଭିଯାନ ଅନ୍ତର୍ଗତ ଆଜି ଜଗତସିଂହପୁର ବ୍ଲକ୍ ଓ ମୁନିସିପାଲିଟି ନିମନ୍ତେ ସ୍ଥାନୀୟ ଶ୍ରୀ କୃଷ୍ଣ ଏକାଡେମୀ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ ଓ ଵ୍ଲକ ପ୍ରଶାସନ ର ମିଳିତ ଆନୁକୁଲ୍ୟ ରେ ଆୟୋଜିତ ହୋଇଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର କୁ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଉଦଘାଟନ କରିଥିଲେ। ଜଗତସିଂହପୁର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ମୁଦୁଲି ଭିନ୍ନକ୍ଷମ ମାନଙ୍କୁ ଭଗବାନ ଙ୍କର ଅମୃତ ସନ୍ତାନ ବୋଲି ଅଭିହିତ କରିଥିଲେ। ସାହସ ର ସହ ବଞ୍ଚି ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଉତ୍ସାହିତ କରିଥିଲେ।ଓଡିଶା ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ସୁବିଧା ର ଲାଭ ନେବାପାଇଁ କହିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଯୋଗଦେଇ ସମସ୍ତ ଜନସାଧାରଣ ଙ୍କୁ ସମ୍ବୋଧିତ କରିବା ସହ ସରକାରଙ୍କ ଯୋଜନା ଗୁଡିକୁ ଉପଲବ୍ଧ କରିବା ପାଇଁ ଉପଦେଶ ଦେଇଥିଲେ।।ଏହି ଶିବିରରେ ମୋଟ 600 ଜଣ ପଞ୍ଜୀକରଣ କରିଥିଲେ। ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ତତ୍ତ୍ଵାବଧାନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ସେମାନଙ୍କ ର ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅସ୍ଥି ଶଲ୍ୟ ବର୍ଗ ରେ 268ଜଣ, ଚକ୍ଷୁ ବର୍ଗରେ 71ଜଣ,କର୍ଣ୍ଣ, ନାସା ଓ ଗଳାରେ 44ଜଣ ,ମାନସିକ ଅନଗ୍ରସର ବର୍ଗ ରେ 133ଜଣ, ଏହିପରି ମୋଟ516 ଜଣ ଙ୍କୁ ଭିନ୍ନକ୍ଷମ ଭାବେ ଚିହ୍ନଟ କରାଯାଇଥିଲା। 20 ଜଣଙ୍କୁ ବିଭିନ୍ନ ଆବଶ୍ୟକୀୟ ଉପକରଣ ଦିଆଯାଇଥିବା ବେଳେ26 ଜଣ ଙ୍କୁ ଶ୍ରବଣ ଯନ୍ତ୍ର ଦିଆ ଯାଇଥିଲା। 2 ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିଲା ଏବଂ 13 ଜଣ ଙ୍କୁ ବିଭିନ୍ନ କାରଣ ଯୋଗୁଁ ନାକଚ କରାଯାଇଥିଲା। ସଭାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା,ଉପାଧ୍ୟକ୍ଷ ଶ୍ରୀ ରତିରଞ୍ଜନ ବେହେରା,ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଆଶୁତୋଷ ମିଶ୍ର, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ,ସି ଡି ପି ଓ ଶ୍ରୀମତୀ ସୁକାନ୍ତି ମହାପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଶ୍ରୀ ରୂପରେଖା ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସମସ୍ତ ପଞ୍ଚାୟତ ସମିତି କର୍ମଚାରୀ, ଅଙ୍ଗନବାଡି କର୍ମୀ ମାନେ ଏହି ଶିବିରର ସଫଳ ଆୟୋଜନ କରିଥିଲେ। ସଭାରେ ସହର ର ବରିଷ୍ଠ ବୁଦ୍ଧିଜୀବୀ, mi ଜନସାଧାରଣ, ପଞ୍ଚାୟତ ପ୍ରତିନିଧି, କାଉନସିଲର,ବିଭିନ୍ନ ବ୍ଲକ୍ ତଥା ଜଗତସିଂହପୁର ମୁନିସିପାଲିଟି ରୁ ଆସିଥିବା ଭିନ୍ନକ୍ଷମ ହିତାଧିକାରୀ , ସେମାନଙ୍କ ଅଭିଭାବକ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.