ଜମନକିରା, ୮/୧୨:(ଲିପନ ନାଏକ ) ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସରକାରୀ ସେବାଶ୍ରମ ବିଦ୍ୟାଳୟ ଖେଳପଡିଆ ଠାରେ ଆଜି ଶୁକ୍ରବାର ଦିନ ଏକ ଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଷଣ୍ଢପଥର ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ତିର୍ଥରାଜ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଶୋଭାରାମ ପଧାନ ଯୋଗଦେଇ ଛାତ୍ରିଛାତ୍ର ମାନଙ୍କୁ ଉସାହିତ କରିବା ସହ ମଶାଲ ଜାଳି କ୍ରୀଡା ମହୋତ୍ସବକୁ ଶୁଭଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଜୋନ-୧ ସଭ୍ୟା ସୁଜାତା ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ ଯୋଗଦେଇ କ୍ରୀଡା ସମନ୍ଧୀୟ ବିଷୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା ସହକାରୀ ଶିକ୍ଷୟିତ୍ରୀ ସ୍ୱରୂପା ମାଝି କରିଥିବା ବେଳେ ଧନ୍ୟବାଦ ଅର୍ପଣ ସହକାରୀ ଶିକ୍ଷକ କାହୁଁଚରଣ ଦାଶ କରିଥିଲେ। ଖେଳକୁ ନାରାୟଣ ପଧାନ ଏବଂ ତପନ ଖୁଣ୍ଟିଆ ପରିଚାଳନା ସହ ବିଚାରକ ଭାବେ କାର୍ଯ୍ୟ ତୁଲେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ୟାମ ସୁନ୍ଦର ଭୋଇ, ଜ୍ୟୋତି କିସାନ, ଆମ୍ଲେନ୍ ଟପନୋ, ଦମୟନ୍ତୀ ପଧାନ, ଜୟମିନି ପଧାନ, ରାଜ କିଶୋର ଭୋଇ, ମୁରାରି ପଧନ, ଅଜୟ ଭୋଇ, କିଶୋର ପଧାନ, ଯଜ୍ଞସିନି ପଧାନ, ମନୋରମା ଦେହୁରୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜ୍ୟୋତିମୟୀ ଜ୍ୟୋତ୍ସ୍ନା ଦାଶ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜ ମଙ୍ଗଳ ଅଧିକାରୀ ଐଶ୍ୟର୍ୟ କୁମାର ନାୟକ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତା କୁ ଉଦଯାପିତ କରିଥିଲେ। ଏଥିରେ ଉଚ୍ଚ ଡିଆଁ, ଲମ୍ବଡିଆଁ, ଦୌଡ଼, ପୁଚି, ଫୁଟବଲ୍, କବାଡି, ଖୋଖୋ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.