ରାଉରକେଲା,(ବସନ୍ତ କୁମାର ଜେନା); ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସଦସ୍ୟା ଅଧ୍ୟାପିକା ପ୍ରିୟଙ୍କା ମହାନ୍ତିଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରସାଦ କୁମାର ପାତ୍ର ଓ ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଡ଼ଃ ଦାବିନ୍ଦର କୈ।ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରତି ପ୍ରତିବଦ୍ଧତା, ସାମାଜିକ ଦାୟିତ୍ୱବୋଧ, ନିଜ ଉପରେ ଆତ୍ମବିଶ୍ବାସ ଓ ସମୟାନୁବର୍ତ୍ତିତା ତଥା ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟାପିକା ଚନ୍ଦ୍ରଲେଖା ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ନୂଆ ଓ ପ୍ରୋଗ୍ରାମର ନୋଡାଲ ଅଫିସର ବିଜୟ କୁମାର ପାଢ଼ୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଅଧ୍ୟକ୍ଷ ଡ଼ଃ ମିଶ୍ର ସ୍ବାଗତ ଭାଷଣ ରେ ଏଭଳି କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ସହାୟକ ହୋଇପାରିବ ବୋଲି କହିଥିଲେ। ଏହା ରାଜ୍ୟ ସରକାରଙ୍କ ଏକ ସୁନ୍ଦର କାର୍ଯ୍ୟକ୍ରମ ବୋଲି ମତ ଦେଇଥିଲେ। ଆବାହିକା ସୁଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସାମାଜିକ କାର୍ଯ୍ୟକ୍ରମର ଉଦ୍ୟେକ୍ତା ଆକାଶ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ସାଂସ୍କୃତିକ, କ୍ରୀଡା ଓ ସାମାଜିକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ୩ଦିନିଆ କାର୍ଯ୍ୟକ୍ରମରେ ପ୍ରଥମ ଦିନ ଯୁକ୍ତ ୨ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଆସନ୍ତା କାଲି ଯୁକ୍ତ ୩ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ସୂଚନା ଯୋଗ୍ୟ ଯେ ମହାବିଦ୍ୟାଳୟ ତରଫରୁ ଉଭୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା, ରଚନା, କବିତା ପାଠ,ଗଳ୍ପ ପଠନ, ରୋଷେଇ,ଆର୍ଟ ପ୍ରଦର୍ଶନୀ, ମେହେନ୍ଦି, ରଙ୍ଗୋଲି, ଚିତ୍ରାଙ୍କନ, କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତି, ଅନ୍ତାକ୍ଷରୀ, ସାମୁହିକ ଆଲୋଚନା, ସଂଗୀତ, ନୃତ୍ୟ ସାମାଜିକ କାର୍ଯ୍ୟକ୍ରମରେ ସଡକ ସୁରକ୍ଷା ଅଭିଯାନ, ସ୍ବଛତା, ସଚେତନତା କାର୍ଯ୍ୟକ୍ରମ ଓ କ୍ରୀଡ଼ା ରେ କବାଡି, ଫୁଟବଲ, କ୍ରିକେଟ,ଖୋ ଖୋ, ବ୍ୟାଡମିଣ୍ଟନ୍, ହକି ଓ ଦୈ।ଡକୁଦ ଆଦି ପ୍ରତିଯୋଗିତା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସଂଯୁକ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.