ରାଉରକେଲା,(ବସନ୍ତ କୁମାର ଜେନା); ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଷଷ୍ଠ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଦି ବିଲିଭର ତରଫରୁ ନାଟକ ପ୍ରଭାସ ଯଜ୍ଞ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ପ୍ରବୀର କୁମାର ଜେନା ରଚନା କରିଥିବା ବେଳେ ଚିନ୍ମୟ ତ୍ରିପାଠୀ ନିର୍ଦ୍ଦେଶନା ଦେଇଥିଲେ।
ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ଶ୍ୟାମ ସୁନ୍ଦର ପଟ୍ଟନାୟକ ଦେଇଥିବା ବେଳେ ବାଦ୍ୟଯନ୍ତ୍ର ରେ ଲକ୍ଷ୍ମୀକାନ୍ତ ଦୋରା ସହଯୋଗ କରିଥିଲେ। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକ ପ୍ରଭାସ ଯଜ୍ଞ।ଚାରିଦିନ ପରେ ଫେରିଆସିବ କଥା ଦେଇ ଆଉ ଶ୍ରୀକୃଷ୍ଣ ଫେରିନାହାନ୍ତି ଗୋପପୁର । ମଥୁରାରେ ମାତୁଳ କଂସ ଙ୍କୁ ବଧ କରିସାରି ମାତା ଦେବକୀ ଓ ବାସୁଦେବ ଙ୍କ ସହ ରାଜାକାର୍ଯ୍ୟରେ ସମୟ ଓ କାଳ ର ପରିବର୍ତ୍ତିତ ହୋଇଯାଏ । ବହୁ ବର୍ଷ ପରେ କୃଷ୍ଣ ଯୁବବସ୍ଥା ପରେ ସେ ନିଜର ଗୋପପୁରରେ ଥିବା ବୃଦ୍ଧ ପିତା ନନ୍ଦ ,ମାତା ଯୋଶଦା ,ପ୍ରେମିକା ରାଧା ଓ ବାଲ୍ୟସଖାମାନଙ୍କୁ ପୁର୍ନବାର ମିଳନ ଆଶାରେ ଏକ ପରିକଳ୍ପିତ ପ୍ରଭାସତୀର୍ଥରେ ରେ ଯଜ୍ଞକୁ ନିମନ୍ତ୍ରଣ ନିମନ୍ତେ ଦେବର୍ଷି ନାରଦଙ୍କୁ ନିଯୁକ୍ତ କରନ୍ତି। ନାରଦ ଶ୍ରୀକୃଷ୍ଣଙ୍କ ମନୋଭାବ ଜାଣିପାରି ସମସ୍ତଙ୍କୁ ନିମନ୍ତ୍ରଣ ଦେବା ନିମନ୍ତେ ବିଶ୍ଵଭ୍ରମଣରେ ବାହାରିଛନ୍ତି। ତେବେ ପ୍ରଭାସ ଯଜ୍ଞ ପାଇଁ କଣ ଗୋପପୁରବାସୀ ଙ୍କୁ ନିମନ୍ତ୍ରଣ ଦିଆଯାଏ ନା ବଞ୍ଚିତ ରହନ୍ତି, ଏହାହିଁ ପ୍ରଭାସ ଯଜ୍ଞ ରେ ଦର୍ଶାଯାଇଛି। ଏହି ନାଟକର ବିଭିନ୍ନ ଚରିତ୍ରରେ ସର୍ବଶ୍ରୀ ରଜତ ମହାପାତ୍ର, ପ୍ରତ୍ୟୁଷ ପାଢ଼ୀ,ଆନନ୍ଦ ବାଗ,
ଚିନ୍ମୟ ତ୍ରିପାଠୀ, ଅଭିଳାଷ ସାହୁ,ଶାଶ୍ଵତ ସାମନ୍ତରା,ଜର୍ଜ ବିଲୁଙ୍ଗ,ମଧୁସ୍ମିତା ବାରିକ,
ଲକ୍ଷ୍ମୀପ୍ରିୟା ସାହୁ,ପ୍ରିୟଙ୍କା କୁମ୍ଭାର, ସୁଲିପ୍ତା ଜେନା , ଲିପିକା ବଳ , ଶଶାଙ୍କ ଯାଦବ,
ରାହୁଲ ଦାସ ପ୍ରମୁଖ ଅଭିନୟ କରିଥିଲେ। ପ୍ରଳୟ ଶତପଥୀ ମଞ୍ଚସଜ୍ଜା ଦାୟିତ୍ଵ ତୁଲାଇଥିଲେ। ଆଜିର ଏହି ନାଟକରେ ଉଦଘାଟକ ଭାବେ ଆରଏସପି ର ପ୍ରାକ୍ତନ ମହାପ୍ରବନ୍ଧକ ର କୋଷାଧ୍ୟକ୍ଷ ପ୍ରଜ୍ଞାନନ୍ଦ ମହାନ୍ତି ସ୍ବାଗତ ଭାଷଣ ଓ ଅନୁଷ୍ଠାନର ଲକ୍ଷ୍ୟ ତଥା ସଦସ୍ୟ ସୂର୍ଯ୍ୟକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟକ ଶ୍ରୀବେହେରା ଓ ମୁଖ୍ୟଅତିଥି ଶ୍ରୀ ପାଢ଼ୀ ଅନୁଷ୍ଠାନର ଉଦ୍ୟମ କୁ ସାଧୁବାଦ ଦେବା ସହ କଳା ସଂସ୍କୃତି ଓ ସାହିତ୍ୟ କୁ ରକ୍ଷା କରିବାରେ ନାଟକ ଓ ନାଟ୍ୟକାର ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତ ରଖିଥିଲେ। ସଭାପତି ରାଜୀବ ପାଣି, ସମ୍ପାଦକ ସୁଦେଶ ନାୟକ ଆଲୋକ ବୋଷ, ଲଲାଟେନ୍ଦୁ ରଥ,ସୁମନ ଦତ୍ତ, ପ୍ରଶାନ୍ତ ପତି, ଚନ୍ଦ୍ର ଶେଖର ଶତପଥୀ, ସରୋଜ ଶଙ୍ଖୁଆ, କନକଲତା ଦାସ, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଶରତ ଦାସ, ରମେଶ ମହାନ୍ତି, ଅକ୍ଷୟ ଧଳ,ବସନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାନନ ମହାପାତ୍ର ମଞ୍ଚ ସଂଯୋଜନା କରିଥିଲେ। କଲ୍ୟାଣୀ ଦାସ ଓ ରୁନୁ ବେକ୍ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.