ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ହେଲା ଉଦ୍ଘାଟନ

4

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:  ମୟୂରଭଞ୍ଜ ଜିଲ୍ଲା ର ସାରସକଣା ବ୍ଲକ ଅନ୍ତର୍ଗତ ମହୁଲ ବରେଇ ସ୍ଥିତ ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ରାଜ୍ୟସରକାରଙ୍କ ଦ୍ଵାରା ପ୍ରାୟୋଜିତ”ସମନ୍ୱିତ ଯୁବବିକାଶ ନୂଆ ଓ କାର୍ଯ୍ୟକ୍ରମ” ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।କାର୍ଯ୍ୟକ୍ରମର ଆରମ୍ଭରେ ଅଧ୍ୟାପକ ଶ୍ରୀଯୁକ୍ତ ପରମେଶ୍ୱର ଦେ ଅତିଥି ମାନଙ୍କର ପରିଚୟ ପ୍ରଦାନ ପରେ ମଞ୍ଚାସିନ ଅତିଥି ମାନେ ପ୍ରଦୀପ ପ୍ରଜ୍ଜୋଳନ ଓ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ।ମୁଖ୍ୟ ଅତିଥି ଫିତା କାଟି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସାରସକଣା ବ୍ଲକର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ମାନି ମାହାଲି ମୁଖ୍ୟ ଅତିଥି ଓ ବ୍ଲକ ଅଧ୍ୟକ୍ଷା ତୁଳସୀ ସିଂ ସମ୍ମାନିତ ଅତିଥି ,ପ୍ରତିଷ୍ଠାତା ସଦସ୍ୟ
ତଥା ଅବସର ପ୍ରାପ୍ତ ଶିକ୍ଷକ ସୁଧାଂଶୁ ଶେଖର ଘୋଷ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।ସମନ୍ୱିତ କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପିକା ସୁଜାତା ପଟ୍ଟନାୟକ କ୍ରୀଡା,ସାଂସ୍କୃତିକ ଓ ସାମାଜିକ ବିଭାଗରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ।ସାଂସ୍କୃତିକ ବିଭାଗ ଅଧିକାରୀ ଅଧ୍ୟାପକ ଧନେଶ୍ୱର ବାରିକ,ସାମାଜିକ ବିଭାଗର ଅଧିକାରୀ ଡ଼ଃ ଚନ୍ଦ୍ରାବତୀ ମହାପାତ୍ର ଓ ଖେଳ ବିଭାଗ ମୁଖ୍ୟ ଅଧ୍ୟାପକ ସୁବୋଧ ବେହେରା ପ୍ରମୁଖ ନିଜନିଜ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ,ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଯୁବଗୋଷ୍ଠୀର ବିକାଶ ପାଇଁ ସରକାରଙ୍କର ଏହି ଅଭିନବ ଯୋଜନାର ସୁଦୂର ପ୍ରସାରି ଦିଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଅଧକ୍ଷ ଶ୍ରୀଯୁକ୍ତ ସାହୁ ବିଦ୍ୟାଳୟର ସମସ୍ତ କର୍ମଚାରୀଓ ଛାତ୍ର ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଥିଲେ।ପରିଶେଷରେ ଅଧ୍ୟାପକ ବିନୟ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପକ ଦୀପକ କୁମାର ଦାସ, ଅଧ୍ୟାପକ ମାନସ କୁମାର ପତି ,ଅଧ୍ୟାପିକା ପ୍ରଗତିରାଣୀ ପାଇକରାୟ,ଅଧ୍ୟାପକ ବିପିନ କୁମାର ମହାନ୍ତ,କ୍ରୀଡ଼ାଶିକ୍ଷକ ଶିବଶଙ୍କର ମହାନ୍ତ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ କୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। 

Leave A Reply

Your email address will not be published.