ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ କ୍ରୀଡା ଉତ୍ସବ ର ଦ୍ଵିତୀୟ ଦିନରେ କବାଡି ପ୍ରତିଯୋଗିତା ଅଧକ୍ଷ ଶ୍ରୀ ଲଳିତମୋହନ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଉଦଘାଟନୀ ସମାରୋହରେ ରାଜ ବୋଡାସମ୍ବର ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ରଞ୍ଜିତ ସିଂହ ବରିହା ମୁଖ୍ୟ ଅତିଥି ଏବଂ ରାଜବୋଡାସମ୍ବର ସମିତି ସଂଘ ସଭାପତି ଠାକୁର ପ୍ରସାଦ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ର
ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କର କବାଡି,ଖୋକୋ ଓ ଦୌଡି ଟଣା ପ୍ରତିଯୋଗିତା ପାଇଁ ୫୧୭ ଜଣ ପଞ୍ଜିକୃତ କରି ଥିବା ବେଳେ ୧୪୭ ଜଣ କେବଳ କବାଡିରେ ଭାଗ ନେଇଥିଲେ।ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ନୋଡାଲ ଅଫିସରଶ୍ରୀ ନବକୃଷ୍ଣ ମିଶ୍ର, ଡ଼ଃ ସରୋଜ ନାଏକ, ଡ଼ଃ ତୁଷାରକାନ୍ତ ସାହୁ, ଡ଼ଃ ବିରଞ୍ଚି ସାହୁ, ଶ୍ରୀ ପ୍ରମୋଦ କୁମାର ତ୍ରିପାଠି, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ପ୍ରଭାତ ମହାପାତ୍ର, ଶ୍ରୀମତୀ ତାପିନି ପଣ୍ଡା,ଶ୍ରୀମତୀ ଶର୍ମିଳା ପଣ୍ଡା,ଶ୍ରୀମତୀ ବୁନୀ ସାହୁ, ଶ୍ରୀ ଜୟ କୁମାର ଭୁଏ, ଶ୍ରୀ ସଞ୍ଜୟ ଟିଗା, ଦେବାଶିଷ ସାହୁ, ଶ୍ରୀ ସମୀର ନାଗ, ବାଳଗୋପାଳ ମେହେର, ଓମପ୍ରକାଶ ସତ୍ନାମୀ, ମିଥୁନ ମେହେର, ବିଶ୍ୱରଞ୍ଜନ ପାତ୍ରଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.