ରାୟଗଡା/ସରୋଜ ସାହୁ : ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ଅଦ୍ୟ ତା-୦୩-୧୨-୨୦୨୩ ରିଖ ସମୟ ଘ.୮.୩୦ମି ରେ ସ୍ଥାନୀୟ ବିଜୁ ପଟ୍ଟନାଏକ ଅଡିଟୋରିୟମ ପରିସରରେ “ଭିନ୍ନକ୍ଷମ ଦିବସ” ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୌମ୍ୟରୂପ ସାହୁ, ଗ୍ରାମ୍ୟ ନ୍ୟାୟଧିକାରୀ ଶ୍ରୀ ଚନ୍ଦନ ଦେହୁରୀ, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡା, ନୂତନ ଜ୍ଞାନବର୍ଦ୍ଧନୀ ସତନ୍ତ୍ର ବିଦ୍ୟାଳୟର ସତନ୍ତ୍ର ଶିକ୍ଷକ ସୁବିନାଥ ବଗର୍ତ୍ତୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ବାଙ୍କ, ଛାତ୍ର ଛାତ୍ରୀ ଓ ଅନ୍ୟ ଦିବ୍ୟାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ସ୍ତରରେ ରହିଥିବା ଇନ୍ଦିରାଗାନ୍ଧୀ ପେନସନ୍ ଯୋଜନା ତଥା ରାଜ୍ୟ ସ୍ତରରେ ରହିଥିବା ମଧୁବାବୁ ପେନସନ୍ ଯୋଜନା କଥା କହିବା ସଙ୍ଗେ ସଙ୍ଗେ ଉଚ୍ଚତମ ନ୍ୟାୟାଳୟର ବିଭିନ୍ନ ରାୟ ଉପରେ ମଧ୍ୟ୍ୟ ବିସ୍ତୃତ ଆଲୋଚନା କରିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜ ନିଜର ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କର ସାମ୍ବିଧାନିକ ଅଧିକାର ଓ ସରକାର ଙ୍କ ତରଫରୁ ସେମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସଂପର୍କରେ ଅଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ନୂତନ ଜ୍ଞାନ ବର୍ଦ୍ଧନୀ ସତନ୍ତ୍ର ବିଦ୍ୟାଳୟ, କୋଲନରା ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I
Sign in
Sign in
Recover your password.
A password will be e-mailed to you.
Prev Post