ଚୋରି ପିକଅପ୍ ଉଦ୍ଧାର – ଅଭିଯୁକ୍ତ ଗିରଫ l

3

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :– ପିକ୍ ଅପ୍ ଚୋରି କରି ଫେରାର୍ ମାରୁଥିବା ଜଣେ ଚୋର କୁ ଗିରଫ କରିବା ସହିତ ଗାଡ଼ି କୁ ଉଦ୍ଧାର କରିଛି ପଦ୍ମପୁର ପୋଲିସ l ପୁରୁଣା ମୋଟରସାଇକେଲ ଲୋଡିଂ ପାଇଁ ସ୍ଥାନୀୟ ଟି.ଭି.ଏସ୍ ଶୋ ରୁମ୍ ସାମନା ରେ ବିଦେଶୀ ସାହୁ ଙ୍କ ବୋଲେରୋ ପିକ୍ ଅପ୍ ନମ୍ଵର ଓ ଡି -୦୩-ଡି -୮୭୭୩ ପାର୍କ କରି ଡ୍ରାଇଭର ଭୀମ ବାଙ୍କା ଗାଡି ଭିତରେ ଚାବି ଛାଡି କିଛି କାମ ପାଇଁ ବାହାରକୁ ଯାଇଥିବା ସମୟରେ ଅଜ୍ଞାତ ଅପରାଧୀ (ଅଭିଯୁକ୍ତ) ଉକ୍ତ ବୋଲେରୋ ପିକଅପ୍ ଚୋରି କରି ଫେରାର ହୋଇଯାଇଥିଲା | ଉକ୍ତ ଗାଡି କୁ ଜିପିଏସ୍ ସାହାଯ୍ୟରେ ଟ୍ରାକିଂ କରି ମହୁଲପାଲି – ଦେଓଲି ରାସ୍ତାରେ ଚୋରି ହୋଇଥିବା ବୋଲେରୋ ପିକଅପ୍ ନେଇ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ପୋଲିସ ସହାୟତାରେ ଅଭିଯୁକ୍ତ କୁ ଗୋଡାଇ ଗୋଡାଇ କାବୁ କରିଥିଲେ । ଏହା ପରେ ଅଭିଯୁକ୍ତ ଜଣକ ରଜାପଡା ର ଶିବ ପଧାନ ବୋଲି ଜଣା ପଡିଥିଲା । ପରେ ଚୋରି ହୋଇଥିବା ବୋଲେରୋ ପିକଅପ୍ ସହିତ ଅଭିଯୁକ୍ତ କୁ ଡାକ୍ତରୀ ପରୀକ୍ଷା ପରେ ତାକୁ ପୋଲିସ ଷ୍ଟେସନକୁ ଅଣାଯାଇଥିଲା ଏବଂ ତାଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ତଦନ୍ତ ସମୟରେ ଅଭିଯୋଗକାରୀ ତଥା ଅନ୍ୟ ସାକ୍ଷୀଙ୍କ ବିବୃତ୍ତି ଆଧାରରେ ତଥା ଅଭିଯୁକ୍ତ ଶିବ ପ୍ରଧାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବାରୁ ଗିରଫ କରାଯାଇଥିବା ପଦ୍ମପୁର ଥାନା ଅଧିକାରୀ ମମତା ନାଏକ ସୂଚନା ଦେଇଛନ୍ତି l

Leave A Reply

Your email address will not be published.