ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଟିତ

3

ଜମନକିରା (ଲିପନ ନାଏକ ): ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ର ପ୍ରତ୍ୟେକ ସ୍କୁଲ କଲେଜ ରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହେଉଥିବା ବେଳେ ଆଜି ଜମନକିରା ବ୍ଲକ ଫାଶିମାଲ୍ ଆଞ୍ଚଳିକ କଲେଜ ରେ ଅଧକ୍ଷା ଜ୍ୟୋତ୍ସ୍ନା ରାଣୀ ଦଳବେହେରା ଙ୍କ ଅଧ୍ୟକ୍ଷତା ରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି, ଏଇ ଉତ୍ସବରେ କୁଚିଣ୍ଡା ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ଲକ ଚେୟାରମେନ ଶ୍ରୀମତୀ ଆଶ୍ରିତା ଭୋଇ , ଫାଶିମାଲ ସରପଞ୍ଚ ମାଧବୀ ଲତା ବରିହା,ସମିତି ଶ୍ରୀ କେଦାର ବରିହା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ଭିତରେ ଲୁକାୟିତ ଥିବା ପ୍ରତିଭା କୁ ଲୋକଲୋଚନ କୁ ଆଣିବା ପାଇଁ ଏହା ହେଉଛି ପ୍ରକୃତ ସମୟ ବୋଲି ଉଦବୋଧନ ଦେଇଥିଲେ,
ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱଚ୍ଛତା ଅଭିଯାନର ସ୍ଲୋଗାନ ଦେଇ କଲେଜ ର ପାର୍ଶ୍ଵ ବର୍ତ୍ତି ଗ୍ରାମ ପରିକ୍ରମା କରି କରିଥିଲେ। ଚତୁର୍ପାଶ୍ଵ ସଫା ସୁତୁରା କରିବା ସହିତ ନାରୀ ଶିକ୍ଷା ପ୍ରୋତ୍ସ।ହନ ନିମନ୍ତେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ଏବଂ ବିଭିନ୍ନ ପ୍ରକାର ଖେଳ , ନୃତ୍ୟ,ଗୀତ ଓ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି ପ୍ରତିଯୋଗିତା ମାନ ଅନୁଷ୍ଟିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ଶ୍ରୀ ଲବଣୀ ବାରିକ ନୃତ୍ୟ ଗୀତ ର ପରିଚାଳନା କରିଥିବା ବେଳେ ଶତାଧିକ ଛାତ୍ରୀଛାତ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.