ସୁନ୍ଦରଗଡ:(ବସନ୍ତ କୁମାର ଜେନା).- ଆଜି ସଦଭାବନା ଗୃହରେ ଜିଲାପାଳ ଡ଼ା. ପରାଗ ଗାଭାଲୀଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଜିଲ୍ଲା ମହୋତ୍ସବ ‘ଯତରା’ ର ସଫଳତାର ସହ ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଚଳିତଥର ଯତରା ଜାନୁୟାରୀ ୧ ତାରିଖ ରୁ ୫ ତାରିଖ ଚାଲିବ କୁ ନିର୍ଦ୍ଧାରିତ ହୋଇଅଛି। ତେବେ କମିଟି ସଭ୍ୟ ମାନେ କ୍ଷେତ୍ର ପରିଦର୍ଶନ କରି ଯତରା ନିମନ୍ତେ ସ୍ଥାନ ନିରୂପଣ କରିବେ ବୋଲି ବୈଠକ ରେ ନିଷ୍ପତି ନିଆଯାଇଥିଲା ।
ସେହିପରି ଯତରା ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ କଳାକାର ତଥା ବୁଦ୍ଧିଜୀବୀ ମାନଙ୍କୁ ନେଇ ବିଭିନ୍ନ କମିଟି ମାନ ଗଠନ କରାଯିବ ଏବଂ ସଂପୃକ୍ତ କମିଟି ଗୁଡ଼ିକ ପରସ୍ପର ସହ ସମନ୍ଵୟ ରକ୍ଷା କରି ନିଜ ନିଜ କମିଟି ର କାର୍ଯ୍ୟ ଗୁଡିକ ସମ୍ପାଦନ କରିବାକୁ ଜିଲ୍ଲାପାଳ ଡ଼ା ଗଭାଲୀ ଗୁରୁତ୍ଵାରୋପ କରିଥିଲେ।
ବୈଠକ ରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧାରା ବିବରଣୀ ପାଠ କରିବା ସହିତ ଯତରା ନିମନ୍ତେ ପଦକ୍ଷେପ ନିଆଯିବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଗୁଡିକ ଉପସ୍ଥାପନା କରିଥିଲେ। ବୈଠକର ନିଷ୍ପତି ଅନୁଯାୟୀ ଜାନୁୟାରୀ ୧ ତାରିଖ ଦିନ ମା ସମଲେଶ୍ୱରୀ ମନ୍ଦିରରେ
ପୂଜାଅର୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ମଶାଲ ବାହାରିବ । ଏହି ଶୋଭାଯାତ୍ରାରେ କଳାକାର, ସାଧାରଣ ଜନତା , ବିଭିନ୍ନ ଅନୁଷ୍ଠାନ, ଯୁବବର୍ଗ ସାମିଲ, ଅଧିକାରୀ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରତ୍ୟେକ ଦିନ ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ଯେଉଁଥିରେ ଆଂଚଳିକ, ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସ୍ତରୀୟ ପ୍ରମୁଖ କଳାକାରମାନେ ଅଂଶ ଗ୍ରହଣ କରିବେ। ଏହା ସହିତ ଓରମାସ ଦ୍ଵାରା ପଲିଶ୍ରୀ ମେଳା ଆୟୋଜିତ ଏବଂ ପୁସ୍ତକ ମେଳା ମଧ୍ୟ ଆୟୋଜନ କରାଯିବାର ନିଷ୍ପତି ନିଆଯାଇଥିଲା।
ଏହି ପ୍ରସ୍ତୁତି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ମନୋଜ ମହାଜନ, ସଦର ଉପ ଜିଲ୍ଲାପାଳ ଶ୍ରୀ ଦାସରଥି ସରାବୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ , ଆର୍ ଏଣ୍ଡ ବି ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ନାରାୟଣ ପଟେଲ, ଜିଲ୍ଲା ର ବରିଷ୍ଠ କଳାକାର, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳତାର ସହ ଅୟୋଜନ ନିମନ୍ତେ ଜିଲ୍ଲାପାଳ ଡ଼ା ଗଭାଲୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.