ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ସାମାଜିକ କାର୍ଯ୍ୟକ୍ରମର ଅନ୍ତିମ ଦିବସ ମହାସମାରୋହ ପାଳନ କରାଯାଇଥିଲା। ସକାଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ନିର୍ଦ୍ଦେଶରେ ସାମାଜିକ କାର୍ଯ୍ୟକ୍ରମର ସଂଯୋଜକ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ ଏବଂ ତାଙ୍କ ସହକର୍ମୀ ମାନେ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ସାଥିରେ ନେଇ ପାରଳା ସହରର ଉଦ୍ୟାନ ସଫେଇ କାର୍ଯ୍ୟକ୍ରମ କରିଥିଲେ ଏବଂ ମଧ୍ୟାହ୍ନରେ ମନ୍ଦିର ପ୍ରାଙ୍ଗଣରେ ଓ ବାହାର ପାର୍ଶ୍ଵ ସଫା କରି ସଚେତନତା ସୃଷ୍ଟି କରାଇଥିଲେ।
ସନ୍ଧ୍ୟାରେ ସାମାଜିକ କାର୍ଯ୍ୟକ୍ରମର ସମାପ୍ତ ଉତ୍ସବ ପାଳନ କରି ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ପୁରଷ୍କାର ସହ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ ନାୟକ ମୁଖ୍ୟଅତିଥି ଯୋଗଦେଇ ଛାତ୍ରୀ ମାନଙ୍କୁ ସାମାଜିକ ସୁରକ୍ଷା , ସମାଜ ସେବା , ଶିକ୍ଷା ସଚେତନତା ଉପରେ ସଚେତନ କରିଥିଲେ ଏବଂ କୃତି ଛାତ୍ରୀ ଓ ଛାତ୍ରୀ ପ୍ରତିନିଧି ମାନଙ୍କୁ ପ୍ରମାଣ ପତ୍ର ଓ ପୁରଷ୍କାର ପ୍ରଦାନ କରିଥିଲେ।
ଶେଷରେ କାର୍ଯ୍ୟକ୍ରମର ନୋଡାଲ ଅଫିସର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାମାଜିକ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିଥିଲା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post