ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ “ବିଶ୍ବ ଏଡ୍ସ ଦିବସ କାର୍ଯ୍ୟକ୍ରମ” ଯୁବ ରେଡ୍କ୍ରସ୍ ବିଭାଗ ଆନୁକୁଲ୍ୟରେ ଯୁବ ରେଡ୍କ୍ରସ୍ର ଅଧିକାରୀ ଅଧ୍ୟାପକ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡିତଙ୍କ ଦ୍ବାରା ଆୟୋଜନ କରାଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ .ରୀନା ସାହୁ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ସଚେତନମୂଳକ ଏଡ୍ସ ରୋଗ ଉପରେ ନିଜର ବକ୍ତବ୍ୟ ରଖିଛନ୍ତି ଯେ “ଏଡ୍ସ ରୋଗକୁ ଘୃଣା କର ଏଡ୍ସ ରୋଗୀକୁ ନୁହଁ”।
ଅଧ୍ୟାପିକା ଡ଼. ଭାରତୀ ପାଣିଗ୍ରାହୀ ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ଏହି ଏଡ୍ସ ରୋଗର ଉତ୍ପତ୍ତି , ଲକ୍ଷଣ ଏବଂ ନିରାକରଣ ଉପରେ ସଚେତନତା ମୂଳକ ପରାମର୍ଶ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ ଓ ଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ। ସଭା ଶେଷରେ ଯୁବ ରେଡ୍କ୍ରସ୍ ବିଭାଗ ଅଧିକାରୀ ଅଧ୍ୟାପକ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.