୨୪ ଘଣ୍ଟା ମଧ୍ୟରେ ଧାନ ନଉଠାଇଲେ କାର୍ଯ୍ୟାନୁଷ୍ଠାନ

0

ଡିସେମ୍ୱର ୧ ରୁ ଜିଲ୍ଲାରେ  ଧାନ ସଂଗ୍ରହ କରାଯିବ : ଜିଲ୍ଲାପାଳ  ।

 

ଚାଷୀ ମାନଙ୍କୁ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କ ସଂପର୍କରେ, ଧାନର ମାନ ସଂପର୍କରେ, ଯେଊଁ ଦିନ ଧାନ ସଂଗ୍ରହ ହେବ ସେହି ହିସାବରେ ଚାଷୀ ମାନଙ୍କୁ ଟୋକନ ପ୍ରଦାନ, ଯଦି ଅସୁବିଧାବସତଃ ମିଲର  ପହଞ୍ଚି ପାରୁନାହିଁ ତେବେ ଚାଷୀ ଧାନ ଆଣିବା ପୂର୍ବରୁ ତାଙ୍କୁ ସୂଚନା ପ୍ରଦାନ ସହ ଯେଊଁ ଦିନ ଧାନ ଆସିବ ତାହାର ପୁନଃ ତାରିଖ ଜଣାଇବାକୁ ପରାମର୍ଶ ଦେଇଥିଲେ ।  ଯେମିତି କି ମଣ୍ଡିରେ  ଧାନ ପଡି ନ ରହେ ଅବା ଚାଷୀ ହନ୍ତସନ୍ତ ନହୁଏ । ଯେଊଁ ମିଲର କିମ୍ୱା କର୍ମଚାରୀ ଏଥିରେ ଅବହେଳା ବା  ଅସହଯୋଗ କରିବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ  ହେବ ବୋଲି ଜିଲ୍ଲାପାଳ  ରୋକଠୋକ  ଶୁଣାଇ ଦେଇଥିଲେ । ମିଲର ମାନେ ମଧ୍ୟ କାର୍ଯ୍ୟସୂଚୀ ଏପରି ଭାବେ କରନ୍ତୁ ଯେପରି ୨୪ ଘଣ୍ଟା ମଧ୍ୟରେ ଧାନ ମଣ୍ଡିରୁ ଊଠିଯିବ ।  

 

ଯାଜପୁର : ଡିସେମ୍ୱର ୧ ରୁ ଜିଲ୍ଳ୍ାରେ ଧାନ ସଂଗ୍ରହ କରାଯିବ ।  ତେଣୁ ସମସ୍ତ କାର୍ଯ୍ୟକୁ ବର୍ତ୍ତମାନ ଠାରୁ ଯୁଦ୍ଧକାଳୀର ଭିତ୍ତିରେ ପୂର୍ଣ୍ଣାଙ୍ଗ କରି ଧାନ ସଂଗ୍ରହ କେନ୍ଦ୍ର ଗୁଡିକୁ ପ୍ରସ୍ତୁତ ରଖିବାକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ, ନିଦେ୍ର୍ଧଶ ଦେଇଚ୍ଥନ୍ତି ।  ବୁଧବାର ପୂର୍ବାହ୍ନରେ ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୨୦୧୭-୧୮ ଖରିପଂ ଋତୁ ପାଇଁ ଜିଲ୍ଲା  ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ଧାନ ସଂଗ୍ରହରେ ଯେପରି କୈାଣସି ଅସୁବିଧା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ  ଦେଇଥିଲେ ।  ଧାନ ସଂଗ୍ରହ ସହ ଜଡିତ ବିଭାଗର କୈାଣସି କର୍ମଚାରୀ ଜିଲ୍ଲାପାଳଙ୍କ ବିନାନୁମତିରେ ଚ୍ଥୁଟିରେ ନ ଯିବା ଓ ନିଜ ନିଜ ହେଡକ୍ୱାର୍ଟର ମାନଙ୍କରେ ରହିବାକୁ ସେ କଡା ନିର୍ଦ୍ଦେଶ  ଦେଇଥିଲେ ।  ଚାଷୀ ମାନଙ୍କୁ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କ ସଂପର୍କରେ, ଧାନର ମାନ ସଂପର୍କରେ, ଯେଊଁ ଦିନ ଧାନ ସଂଗ୍ରହ ହେବ ସେହି ହିସାବରେ ଚାଷୀ ମାନଙ୍କୁ ଟୋକନ ପ୍ରଦାନ, ଯଦି ଅସୁବିଧାବସତଃ ମିଲର  ପହଞ୍ଚି ପାରୁନାହିଁ ତେବେ ଚାଷୀ ଧାନ ଆଣିବା ପୂର୍ବରୁ ତାଙ୍କୁ ସୂଚନା ପ୍ରଦାନ ସହ ଯେଊଁ ଦିନ ଧାନ ଆସିବ ତାହାର ପୁନଃ ତାରିଖ ଜଣାଇବାକୁ ପରାମର୍ଶ ଦେଇଥିଲେ ।  ଯେଊଁ ମିଲର କିମ୍ୱା କର୍ମଚାରୀ ଏଥିରେ ଅବହେଳା ବା  ଅସହଯୋଗ କରିବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ  ହେବ ବୋଲି ଜିଲ୍ଲାପାଳ  ରୋକଠୋକ  ଶୁଣାଇ ଦେଇଥିଲେ । ମିଲର ମାନେ ମଧ୍ୟ କାର୍ଯ୍ୟସୂଚୀ ଏପରି ଭାବେ କରନ୍ତୁ ଯେପରି ୨୪ ଘଣ୍ଟା ମଧ୍ୟରେ ଧାନ ମଣ୍ଡିରୁ ଊଠିଯିବ ।  ମିଲର ମାନେ ଝୋଟ ଅଖା ସମବାୟ ସମିତି ମାନଙ୍କ ମାଧ୍ୟମରେ ଚାଷୀ ମାନଙ୍କୁ ପ୍ରଦାନ କରିବେ ଓ ଧାର୍ଯ୍ୟ ସମୟରେ ଚାଊଳ ପ୍ରଦାନ କରିବେ ।  ଚାଷୀ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବା ସହ କୃଷି ବୀମା କରୁଥିବା ଅଧିକାରୀ ବା କର୍ମଚାରୀ ସଠିକ ଭାବେ  ଓ ନିର୍ଦ୍ଧାରିତ ସମୟ ଅବଧିରେ କାର୍ଯ୍ୟ ସଂପୂର୍ଣ୍ଣ କରିବା, ଚାଷୀ ମାନଙ୍କୁ  ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ, ଧାନ ସଂଗ୍ରହର ବିଭିନ୍ନ ତଥ୍ୟ ସଂପର୍କରେ ଏକ ସଚେତନତା ରଥ ଆସନ୍ତା ସୋମବାର ଠାରୁ ବିଭିନ୍ନ ବ୍ଲକ  ପରିଭ୍ରମଣ କରିବାକୁ ଜିଲ୍ଲାପାଳ   ନିର୍ଦ୍ଦେଶ  ଦେଇଥିଲେ ।   

ଜିଲ୍ଲା  ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଏଥିରେ ଯୋଗଦେଇ ଧାନ ସଂଗ୍ରହ ସମୟରେ ଯେପରି ଚାଷୀ କୈାଣସି  ଅସୁବିଧାର ସମ୍ମୁଖୀନ ନ ହୁଏ, ଠିକ୍ ସମୟରେ ମଣ୍ଡିରେ ଧାନ ଦେବା, ସହଜ ଭାବେ ପ୍ରାପ୍ୟ ପାଇବା ଊପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଚାଷୀ ମାନଙ୍କୁ  ଧାନ  ମଣ୍ଡି ସଂପର୍କରେ ଆଗୁଆ ସୂଚନା ଦେବା, ପ୍ରଚାର ପ୍ରସାର ପାଇଁ ଡାକବାଜି ଯନ୍ତ୍ର, ପ୍ରଚାର ପତ୍ର ଇତ୍ୟାଦି ବ୍ୟବହାର କରିବା ଓ ନିୟନ୍ତ୍ରିତ ବଜାର  କମିଟି ଧାନ ମାପ ପାଇଁ ଊପଯୁକ୍ତ ଯନ୍ତ୍ରପାତିର ବ୍ୟବସ୍ଥା ଓ ଧାନ ସଂରକ୍ଷଣ ବ୍ୟବସ୍ଥା ସୁଚାରୁ ରୂପେ କରିବାକୁ ପରାମର୍ଶ ଦେଇଥିଲେ ।  ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଓ ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ସହ ସମସ୍ତ ସୂଚନା ପ୍ରଦାନ କରିବା, ମିଲର ମାନେ ଠିକ୍ ସମୟରେ ଧାନ ଊଠାଇବା ସଂପର୍କରେ ଆଲୋକପାତ କରିଥିଲେ ।  ଏ.ଆର୍.ସି.ଏସ୍.ଗୋଷ୍ଠ ବିହାରୀ ଦାସ, କୃଷି ଊପନିର୍ଦ୍ଦେଶକ ବିଜୟ ଭୂଷଣ ନାୟକ ପ୍ରମୁଖ ଧାନ ସଂଗ୍ରହର ବିଭିନ୍ନ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ ।  ଚଳିତ ବର୍ଷ ସାଧାରଣ ଏପଂ.ଏ.କ୍ୟୁ . ଧାନର କୁ୍ୟଣ୍ଟାଲ ପିଚ୍ଥା ମୂଲ୍ୟ ୧୫୫୦/-  ଟଂକା ରଖାଯାଇଥିବା ବେଳେ ଗ୍ରେଡ ‘ଏ’ ଧାନର ମୂଲ୍ୟ ୧୫୯୦/- ଟଂକା ରଖାଯାଇଚ୍ଥି ।  ଜିଲ୍ଲାର ୧୦୮୭୦୪ ହେକ୍ଟର ଜମିରେ ଧାନ ଚାଷ କରାଯାଇ ମୋଟ ୨୭୦୯୧୫ ମେଟ୍ରିକ୍ ଟନ୍ ଧାନ ଊପôାଦନର ଲକ୍ଷ୍ୟ ରଖାଯାଇଚ୍ଥି ।  ୫୫୮୮୨.୩୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ରହିଥିବା ବେଳେ ସେଥିରୁ ସଂଗୃହୀତ ଚାଊଳର ପରିମାଣ ୩୮୦୦୦ ମେଟ୍ରିକ୍ ଟନ୍ ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଚ୍ଥି ।  ଜିଲ୍ଲାର  ଚାଷୀ ପଞ୍ଜିକରଣ  ପାଇଁ ୭୯ ହଜାର ଲକ୍ଷ୍ୟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୬୦୦୯ ପଞ୍ଜିକରଣ ହୋଇଚ୍ଥି ।  ଚଳିତ ବର୍ଷ ଜଣେ ଚାଷୀ ଥରକେ ସର୍ବାଧିକ ୫୦ କୁ୍ୟଣ୍ଟାଲ ଧାନ ବିକ୍ରୟ କରିପାରିବେ ବୋଲି ନିଷ୍ପତ୍ତି ନିଆଗଲା ।  ଶେଷରେ ଜିଲ୍ଲା  ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି ବୈଠକରେ ଅନ୍ୟ ମାନକଂ ମଧ୍ୟରେ ସାଂସଦ ଓ ବିଧାୟକଙ୍କ ପ୍ରତିନିଧି ଧାନ ସଂଗ୍ରହ ସହ ଜଡିତ ବିଭାଗର ଅଧିକାରୀ, କର୍ମଚାରୀ, ମିଲର, କୃଷକ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

Leave A Reply

Your email address will not be published.