ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )/ : ବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମ ରେ ଘଟିଛି ଅଘଟଣ। ଟିପାଗୁଡ଼ା ଗ୍ରାମର ୭ ଚାଷୀ ଧାନ ଅମଳ କରି ଗାଁ ମଝିରେ ଥିବା ଆମ୍ବ ତୋଟା ଖୋଳାରେ ୬ ଟି ଧାନ ଗଦା କରି ରଖିଥିଲେ। ତେବେ କେହି ଦୁର୍ବୃତ୍ତ ଗତକାଲି ରାତ୍ର ପ୍ରାୟ ୧ ଘଣ୍ଟ ସମୟରେ ଧାନ ଗଦା ରେ ନିଆଁ ଲଗାଇ ଚାଲି ଯାଇଥିଲେ। ଦେଖୁ ଦେଖୁ ୬ ଟି ଧାନ ଗଦା ରେ ହୁତୁ ହୁତୁ ନିଆ ଲାଗି ଯାଇଥିଲା। ନିକଟରେ ଥିବା ତିନୋଟି ପାଳ ଗଦା ରେ ମଧ୍ୟ ନିଆଁ ବ୍ୟାପି ଯାଇଥିଲା। ଖଳା ରେ ଜଗିଥିବା ଗ୍ରାମ ର ସାଧୁରାମ ଭତରା ଓ ଯୁଧିଷ୍ଟିର ଭତରା ଏହା ଦେଖି ତୁରନ୍ତ ଧାନ ମାଲିକ ଓ ଗ୍ରାମବାସୀ ଙ୍କୁ ଉଠାଇ ଥିଲେ। ଗ୍ରାମବାସୀ ଆସି ନିଆ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ନ ହେବାରୁ ଡାବୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ତୁରନ୍ତ ଆସି ଧାନ ଗଦା ରୁ ନିଆଁ ଲିଭାଇଥିଲେ। ତେବେ ସେହି ସମୟରେ ଧାନଗଦାର ଅଧିକାଂଶ ଭାଗ ପୋଡି ଯାଇଥିଲା। ଟିପା ଗୁଡା ଗ୍ରାମର ଚାଷୀ ଭୁବନ ମାଝୀ, ଲକ୍ଷ୍ମଣ ଭତରା, ସିନ୍ଧୁ ମାଝୀ, ଦାମ ଭତରା, ତୁଲାରାମ ମାଝୀ, କୁଶ ଭତରା ଏବଂ ବାସୁଦେବ ମାଝୀ ବିଭିନ୍ନ ବ୍ୟାଙ୍କ ତଥା ସାହୁକାର ମାନଙ୍କ ପାଖରୁ ଋଣ କରି ଧାନ ଚାଷ କରିଥିଲେ। ପ୍ରାୟ ୧୬ ଏକର ପରିମିତ ଜମିରେ ୭ ଚାଷୀ ଧାନ ଚାଷ କରିଥିବା ବେଳେ ଧାନ ଗଦା ପୋଡି ଯାଇଥିବାରୁ ଲକ୍ଷାଧିକ ଟଙ୍କା ର ଧାନ ନଷ୍ଟ ହୋଇଯାଇଛି |ବର୍ଷ ତମାମ ଜମିରେ ପରିଶ୍ରମ କରି ଧାନ ଚାଷ କରିଥିବା ୭ ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ସାହୁକାର ମାନଙ୍କ ଧାରକରଜ କିପରି ସୁଝିବେ ତଥା ପରିବାର ପ୍ରତିପୋଷଣ କିପରି କରିବେ ବୋଲି ଚାଷୀଙ୍କ ମନରେ ଭାଳେଣି ପଶିଛି |ପ୍ରଶାସନ ତୁରନ୍ତ ଏହି କ୍ଷତିଗ୍ରସ୍ତ ଚାଷୀମାନଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post