ରାଉରକେଲା (ବସନ୍ତ କୁମାର ଜେନା): ବିଶ୍ବ ଏଡସ ଦିବସ ଉପଲକ୍ଷେ ଓଡିଶା ରାଜ୍ଯ ଏଡସ ନିୟନ୍ତ୍ରଣ ସୋସାଇଟି, ଏନଏସିଓ, ଓ ଆରଜିଏଚ ର ମିଳିତ ଆନୁକୂଲ୍ୟରେ ଆଜି ରାଉରକେଲାରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହାର ଶୁଭାରମ୍ଭ ରାଉରକେଲା ସରକାରୀ ଚିକିତ୍ସାଳୟର ଉପ ଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁ ପତକା ଦେଖାଇ କରିଥିଲେ। ଏହି ଶୋଭାଯାତ୍ରା ରେ ନର୍ସିଂ ଛାତ୍ରଛାତ୍ରୀ, ଡାକ୍ତର,ଏନଜିଓ କର୍ମୀ ଅଂଶଗ୍ରହଣ କରିଥିଲେ। ଏହା ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିଥିଲା।
ଏହି ଅବସରେ ଚିକିତ୍ସାଳୟ ର ଆଇଏମଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇଏମଏ ଅଧ୍ଯକ୍ଷ ଡା ସଂଜୟ ରାୟ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଆଜି ଦିବସର ମହତ୍ବ ବିଷୟରେ ଅବଗତ କରାଇଥିଲେ। ସେ କହିଥିଲେ ଯେ ଏଚଆଇଭି ରୋଗ ବିଷୟରେ ସମାଜର ପ୍ରତ୍ୟେକ ବର୍ଗ ବିଶେଷ କରି ଯୁବ ପିଢ଼ିମାନଙ୍କୁ ସଚେତନ ହେବା ଆବଶ୍ଯକ। ଏଚଆଇଭି ଆକ୍ରାନ୍ତ ବ୍ଯକ୍ତି ମାନଙ୍କ ସହିତ ଘୃଣା ଚକ୍ଷୁରେ ନ ଦେଖି ଅନ୍ୟ ରୋଗୀ ପରି ସମାନ ବ୍ଯବହାର କରିବା ଉଚିତ୍। ଏଥିପାଇଁ ସଚେତନତା ଆବଶ୍ଯକ। ଗୋଷ୍ଠୀ ସମୂହ ଏହାର ନେତୃତ୍ବ ନେବା ଉଚିତ୍। ଅନ୍ୟ ସମ୍ମାନୀୟ ଅତିଥି ମାନଙ୍କ ମଧ୍ଯ ରେ ଆରଜିଏଚ ଡେପୁଟି ସୁପ୍ରିଟେଡେଣ୍ଟ ଡାକ୍ତର ସୁଧାରାଣୀ ପ୍ରଧାନ , ବରିଷ୍ଠ
ମେଡିକାଲ ଅଧିକାରୀ (ଏଆରଟି ସେଣ୍ଟର)ଡା ବଳରାମ ବେହେରା ପ୍ରମୁଖ ରୂପରେ ଯୋଗ ଦେଇଥିଲେ। ଏହି ଅବସରରେ ଏଚଆଇଭି ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି କାଉସେଲର ମମତା ଦାସଙ୍କ ନେତୃତ୍ବ ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯ ରେ କୁଇଜ କାର୍ଯ୍ୟକ୍ରମ କରାଯାଇଥିଲା। ଆଇସିଟିସି କାଉନସେଲର ପୁପ୍ଷାରାଣୀ ମିଶ୍ର କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିବା ବେଳେ ମମତା ଦାସ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post