ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପ୍ରଚେଷ୍ଟାରେ ବରିଷ୍ଠ ନାଗରିକଙ୍କୁ ମିଳିଲା ଆଧାର କାର୍ଡ

0 2

ନବରଙ୍ଗପୁର, ୨୯/୧୧.ଅଶୋକ ସାହୁ ଶାସକ ପ୍ରଶାସକ.ନବରଙ୍ଗପୁର ଜିଲ୍ଲାର ନିର୍ମଳ ଆକାଶ ବୃଦ୍ଧାଶ୍ରମର ୫ ଜଣ ବରିଷ୍ଠ ନାଗରିକଙ୍କୁ ଆଧାର କାର୍ଡ ନଥିବାରୁ ବାର୍ଦ୍ଧକ୍ୟଭତ୍ତା ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ନଜରରେ ଆସିଥିଲା । ଏହି ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ଜନକ ରାଉତଙ୍କ ପାଖରେ ପହଞ୍ଚିଥିଲା। ସଚିବ ଶ୍ରୀଯୁକ୍ତ ଜନକ ରାଉତ କଥାଟିର ଗୁରୁତ୍ଵ ବୁଝି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହେଶ୍ଵର ନାୟକଙ୍କ ସହ କଥା ହୋଇଥିଲେ ଓ ୫ ଜଣ ବରିଷ୍ଠ ନାଗରିକଙ୍କୁ କିପରି ସାହାଯ୍ୟ ମିଳିପାରିବ ସେ ବିଷୟରେ ବ୍ୟବସ୍ତା କରିବାକୁ କହିଥିଲେ । ଏହି ନିର୍ଦ୍ଧେଶ କ୍ରମେ ୫ ବରିଷ୍ଠ ନାଗରିକଙ୍କୁ ତାଙ୍କ ଆଧାର କାର୍ଡ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ତରଫରୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.