ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୧୧/୨୩ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଜେପି ତରଫରୁ ବିଭିନ୍ନ ସମସ୍ୟା ନେଇ ୧୦ ଦଫା ଦାବି ପୂରଣ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଡାବୁଗାଁ ବିଡିଓ ଶରତ ମାଝୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦାବୀ ଗୁଡ଼ିକ ମଧ୍ୟରେ ବ୍ଲକ ର ୧୨ ଗୋଟି ପଞ୍ଚାୟତ ରେ ମନରେଗା ଯୋଜନା ରେ ହୋଇଥିବା ଦୁର୍ନୀତି ର ତଦନ୍ତ, ଡାବୁଗାଁ କୁ ଏନ ଏ ସି ମାନ୍ୟତା ଦାବି, ଡାବୁଗାଁ ବ୍ଲକ କୁ ମରୁଡି ଘୋଷଣା ଦାବୀ, ବ୍ଲକ ରେ ବିଭିନ୍ନ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରାଯାଉ, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଶିଶୁ ରୋଗ ବିଶେଷଜ୍ଞ ଓ ଭେଷଜ ବିଶେଷଜ୍ଞ ପଦବୀ ପୂରଣ ଦାବୀ, ୫ ଟି ଅଧିନରେ ହୋଇଥିବା କାର୍ଯ୍ୟ ର ଦୁର୍ନୀତି ର ତଦନ୍ତ, ଆକ୍ରୋଶ ମୂଳକ ଭାବେ ଡାବୁଗାଁ ବ୍ଲକ ର ଶିକ୍ଷକ ମାନଙ୍କୁ ଅନ୍ୟ ବ୍ଲକ କୁ ବଦଳି ବନ୍ଦ କରାଯାଉ, ଡାବୁଗାଁ ରେ ଚୋରି ସଂଖ୍ୟା ବୃଦ୍ଧି ଯୋଗୁଁ ସହରର ପ୍ରତ୍ୟେକ ଜନ ଗହଳି ସ୍ଥାନ ମାନଙ୍କରେ ସିସି ଟିଭି ଲଗା ଯାଉ, ବିଭିନ୍ନ ଛକରେ ହାଇମେକ୍ସ ଲାଇଟ୍ ସ୍ଥାପନ ଏବଂ ନୁଆଗୁଡା ରେ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା କଲ୍ୟାଣ ମଣ୍ଡପ କୁ ଶୀଘ୍ର ସମାପ୍ତ ନେଇ ଦାବିପତ୍ର ଦିଆ ଯାଇଥିଲା। ବିଜେପି ର ଶତାଧିକ କର୍ମୀ ଡାବୁଗାଁ କୃଷି ଫାର୍ମ ପରିସରରେ ଥିବା ଠାକୁରାଣୀ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଜେପି ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୋବିନ୍ଦ ଜୈନ, ମନୋରମା ନାୟକ, ବରିଷ୍ଠ ବିଜେପି ନେତା ଦିବାନ ସିଂ, ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓ,ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶୁଭ ଜିତ ପାଣିଗ୍ରାହୀ, ଯୁବ ନେତା ଗୋବିନ୍ଦ ଗୋପାଳ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ପର୍ଶୁରାମ ମାଝୀ ରାଜ୍ୟରେ ବିଜେଡି ସରକାର ଅମଳରେ ବେକାରୀ ସମସ୍ୟା ବୃଦ୍ଧି, କାମ ଧନ୍ଦା ନ ପାଇ ଲୋକେ ବାହାର ରାଜ୍ୟ କୁ ଦାଦନ ଖଟି ଯିବା , କେନ୍ଦ୍ର ସରକାର ଙ୍କ ଅନୁଦାନକୁ ହଡ଼ପ କରି ନିଜ ନାମ ଦେବା, ଆବାସ ଯୋଜନା ରେ ପ୍ରକୃତ ହିତାଧିକାରୀ ବଦଳରେ ଦଳୀୟ କର୍ମୀଙ୍କୁ ଘର ଦେବା ଆଦି କହିଥିଲେ। ୫ ଟି ଓ ମନରେଗା ଯୋଜନା ରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ପ୍ରକୃତ ହିତାଧିକାରୀ ସରକାରୀ ଲାଭ ପାଉ ନ ଥିବା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜି ସତ୍ୟା ରାଓ,ମନୋଜ ପାତ୍ର, ମନବୋଧ ଭତରା, ମହେଶ ପାତ୍ର, ଭୀମସେନ ଜେନା, ନରେଶ ସିଂ, ନୁରୁ ସିଂ, ରତନ କଲାର, ମହନ ଦାସ ପୂଜାରୀ, ରାଜେନ୍ଦ୍ର ବିଶୋଇ , ଲକ୍ଷ୍ମୀ ଜାନି , ଶୁରୁ ନାନା, ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.