ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା ଟିକିରିଠାରେ ବିଜୁ ଜନତା ଦଳ (ବିଜେଡି)ର ଏକ ବିଶାଳ କର୍ମୀ ସମ୍ମିଳନୀ ସ୍ଥାନୀୟ ଟିକିରି ବଣିକ ସଂଘ ସଭା ଗୃହଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଞ୍ଚଳର ଶହ ଶହ ଦଳୀୟ କର୍ମୀ ଓ ନେତୃବୃନ୍ଦ ଯୋଗଦେଇ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ଶକ୍ତିଶାଳୀ ଓ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ସଭାପତି ଜଗନ୍ନାଥ ସାରାକା,ଜିଲ ମହିଳା ସଭାନେତ୍ରୀ ଅନୁସୟା ମାଝୀ, ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମ୍ମିଳନୀର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟ ରେପାତିଡି ମାଝୀ,ଜଗଦୀସ ପାତ୍ର,ପି ଗୈରୀ
ପୂର୍ବିତନ ବିଧାୟକ ଭିଷଣ ମାଝୀ ଓ ମକରନ୍ଦ ମୁଦୁଲି, ପୂର୍ବିତନ ଜିଲା ପରିଷଦ ବିନଦ ନାଏକ,ସମ୍ନାନିତଅତିଥି ଭାବେ ଯୋଗଦେଇ କର୍ମୀମାନଙ୍କୁ ଦଳୀୟ ନୀତି ଓ ଆଦର୍ଶ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ।
ସମ୍ମିଳନୀରେ ବକ୍ତାମାନେ କହିଥିଲେ ଯେ, “କର୍ମୀମାନେ ହିଁ ଦଳର ଆତ୍ମା ଓ ପ୍ରକୃତ ଶକ୍ତି। ଦଳର ଜନକଲ୍ୟାଣକାରୀ ଆଭିମୁଖ୍ୟ ଏବଂ ବିକାଶମୂଳକ କାର୍ଯ୍ୟକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀମାନେ ଅହୋରାତ୍ର ପ୍ରଚେଷ୍ଟା ଜାରି ରଖିବା ଆବଶ୍ୟକ।” ଏଥିସହିତ ଆଗାମୀ ଦିନରେ ସଂଗଠନକୁ ସକ୍ରିୟ କରିବା ସହ ଅଞ୍ଚଳର ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ନେତୃବୃନ୍ଦ ଆହ୍ବାନ ଦେଇଥିଲେ।ସମ୍ମିଳନୀ ରେ ବିଜୁଜନତା ଦଳର ସମର୍ଥିତ ପୂର୍ବ ତନ ଏବଂ ବର୍ତମାନ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ।
ଏହି ସମ୍ମିଳନୀରେ ଭଗବାନ ମାଝୀ,ଅମିନ ମାଝୀ,ଭିମ ମାଝୀ,ଅଭିରାମ ମାଝୀ,ପାଟମାଝୀ,ମହେନ୍ଦ୍ର ନାଏକ ଓ ଟିକିରି ଏବଂ ଏହାର ଆଖପାଖ ପଞ୍ଚାୟତରୁ ବହୁ ସଂଖ୍ୟାରେ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ସମ୍ପାଦକ ଜଗଦୀସ ପାତ୍ର ଉପସ୍ଥିତ ସମସ୍ତ ଅତିଥି, କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.