ଗ୍ରେଶୀଙ୍ଗିଆ ପଞ୍ଚାୟତରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ।

10

ଘୁ.ଉଦୟଗିରି, ୦୫/୧୦:(ଅବନୀ କୁମାର ପ୍ରଧାନ) ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେଶୀଙ୍ଗିଆ ପଞ୍ଚାୟତରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣି ଏହାର ସମାଧାନ କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ସରପଞ୍ଚ ତ୍ରିଶିଳା ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ଜିଡିପିଓ ଅନିଲ କୁମାର ପଟ୍ଟନାୟକ, ସ୍ୱଚ୍ଛ ଭାରତ ମିଶନ ଅଧିକାରୀ ମାନୁଏଲ ନାୟକ, ଡବ୍ଲୁଇଓ ରୋଜାଲିନ ନାୟକ, ପିଇଓ ନନ୍ଧିରଥ ଦିଗାଲ ଓ ଏଡିଓ ଜିତେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
ଶିବିରରେ ଭତ୍ତା ପାଇଁ ଆବେଦନ କରିଥିବା ଦୁଇଜଣ ହିତାଧିକାରୀ ଦୁଇ ମାସ ଧରି ଭତ୍ତା ପାଇନଥିବା ଅଭିଯୋଗ କରିଥିଲେ। ଏଥିସହ ଘର ଭାଙ୍ଗିଯାଇଥିବା ନେଇ ଜଣେ ଅଭିଯୋଗ କରିଥିବା ବେଳେ ଦୁଇଟି ଗୁହାଳ ନିର୍ମାଣ ପାଇଁ ମଧ୍ୟ ଅଭିଯୋଗ ଦିଆଯାଇଥିଲା। ଅନ୍ୟ କୌଣସି ବଡ଼ ଅଭିଯୋଗ ଆସିନଥିଲା।
ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ଅଧିକାରୀମାନେ ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଶିବିରରେ ଗାଁ ସାଥୀ, ଶିଆର୍ପି, ମେଟ୍‌ଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ବହୁ ସଂଖ୍ୟକ ଗ୍ରାମବାସୀ ଯୋଗ ଦେଇଥିଲେ। ଲୋକମାନେ ସିଧାସଳଖ ଭାବେ ପ୍ରଶାସନ ନିକଟରେ ନିଜ ସମସ୍ୟା ଜଣାଇପାରୁଥିବାରୁ ଏପରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ।

Leave A Reply

Your email address will not be published.