ନର୍ଲା ପ୍ରେସ ଆସୋସିଏସନର ମହା ପ୍ରଭାବ : ଚଳଚଞ୍ଚଳ ପ୍ରଶାସନ, ରାସ୍ତା କାର୍ଯ୍ୟ ତ୍ବରାନ୍ବିତ

0 2

କଳାହାଣ୍ଡି /ରୋହିତ କୁମାର ନାଏକ: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡ଼ା ଠାରୁ ନର୍ଲା ମ.ରାମପୁର କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ 6A ରାଜ୍ୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଟେଣ୍ଡର ସରିବା ପରେ ଦୁଇ ବର୍ଷ କାଳ ପଡ଼ିରହିଥିଲା | ତାର ପ୍ରତିବାଦ ସ୍ବରୂପ ନର୍ଲା ସାମ୍ବାଦିକ ସଂଘ ଅକ୍ଟୋବର ମାସ ୧୬ ତାରିଖ ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ଲିଖିତ ଅବଗତ କରାଇଥିଲେ | ଏହାର ପ୍ରତିବାଦ ନଭେମ୍ବର ୨ ତାରିଖ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବି ପତ୍ର ନର୍ଲା ବିଡ଼ିଓଙ୍କୁ ପ୍ରଦାନ କରିଥିଲେ | ଦାବିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଚଳିତ ମାସ ସଂଘର ସଭାପତି ଦୀପକ କୁମାର ସାହୁ, ଉପ ସଭାପତି ଚିନ୍ତାମଣି ନାଏକ, ସମ୍ପାଦକ ସନ୍ତୋଷ ପାତ୍ର , ବରିଷ୍ଠ ସଦସ୍ୟ ଡୋଲାମଣୀ ସାହୁ ,ଗୁପ୍ତେଶ୍ୱର ହାତୀ, ଙ୍କ ସମେତ ସମସ୍ତ ସଦସ୍ୟ ମାନେ ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀଙ୍କୁ ଭେଟି ଲିଖିତ ଜଣାଇଥିଲେ ଏବଂ ତତ୍ ସଂଗେସଂଗେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ,ଜିଲ୍ଲା ବନାଧିକାରୀ , OFDC ର DM ଏବଂ ଉପ ଜିଲ୍ଲାପାଳ ଭବାନୀପାଟଣା ଙ୍କୁ ବାରମ୍ବାର ଭେଟି କାର୍ଯ୍ୟର ତ୍ୱରାନ୍ୱିତ ପାଇଁ ଅବଗତ କରାଇବା ଫଳରେ ସଂପୃକ୍ତ କାର୍ଯ୍ୟରେ ଜଡ଼ିତ ଥିବା ବିଭାଗୀୟ ଅଧିକାରୀ ମାନେ ଚଳଚଞ୍ଚଳ ହୋଇ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି | ପୂର୍ତ୍ତ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୮୦୭୩ ରେ ଏକ ପତ୍ର ନର୍ଲା ତହସିଲଦାର ଙ୍କୁ ଲେଖା ଦେଇଥିବା ବେଳେ ଅନ୍ୟ ଏକ ପତ୍ର ସଂଖ୍ୟା ୧୩୬୬୧ ତା.୦୭.୧୧.୨୩ ରିଖ OFDC ଅଧିକାରୀ ଙ୍କୁ ମୋଟ ୬୬୭ ଗୋଟି ଗଛ କାଟିବା ପାଇଁ ୫୬ ଲକ୍ଷ ୪୨ ହଜାର ୪ ଟଙ୍କା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛିଏବଂ ଗଛକଟା କାର୍ଯ୍ୟ ଆଜି ଛତି କୁଡ଼ା ଠାରୁ ଆରମ୍ଭ ହୋଇଛି | ଏଭଳି ନର୍ଲା ପ୍ରେସ ଆସୋସିଏସନ୍ ର ଜନ ମଙ୍ଗଳ କାର୍ଯ୍ୟ ପାଇଁ ସଂଘ ତଥା ସଂଘର ସମସ୍ତ ସଦସ୍ୟ ମାନଙ୍କୁ ସମାଜ ସେବୀ ତଥା ଚାଷୀ ନେତା କୁମୁଦ ନାଏକ, ଆଦିବାସୀ ନେତା ରଣଜିତ୍ ମାଝୀ , କୃଷକ ସଙ୍ଗଠନ ର ଦୁର୍ଯ୍ୟୋଧନ କୁମାର , ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା , ନର୍ଲା ଅଞ୍ଚଳର ଡ୍ରାଇଭର ସଂଘ, କିନ୍ନର ସଂଘ ଙ୍କ ସମେତ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ସାଧୁବାଦ୍ ଜଣାଇଛନ୍ତି |

Leave A Reply

Your email address will not be published.