ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ଆଜି ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଭୋଟର ସଚେତନତା ଓ ବାଲ୍ୟ ବିବାହକୁ ନେଇ ଏକ ପଥପ୍ରାନ୍ତ ନାଟକ ପାରିବେଶଣ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ଡ଼ଃ ଗୁରୁମୂର୍ତ୍ତି ନାୟକ, ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ । କାଉନସିଲର ପ୍ରତିନିଧି କେ. ଜିତେନ୍ଦ୍ର ସୁବୁଦ୍ଧି ଓ ରଞ୍ଜିତ କୁମାର ସାମଲ ଅତିଥିଭାବେ ଯୋଗ ଦେଇଥଲେ। ବେଲଗୁଣ୍ଠା ବାଙ୍କ ବଜ଼ାରରେ ଏହି ପଥପ୍ରାନ୍ତ ନାଟକ ମାଧ୍ୟମରେ ୧୮ ବର୍ଷ ବୟସ ହେଲେ ସମସ୍ତେ ଭୋଟରେ ନାମ ଲେଖାଇବା, ଓ କଲେଜ ଗୁଡିକରେ ହେଉଥିବା ନିର୍ବାଚନ ସମୟରେ ମଦ୍ୟପାନ ଠାରୁ ଦୁରେଇ ରହିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ବାଲ୍ୟବିବାହ ପରି ପ୍ରଥା ବନ୍ଦ କରିବା, ବାଲ୍ୟବିବାହ ଦ୍ୱାରା ଲୋକ ମାନଙ୍କ ଅସୁବିଧା ବିଷୟରେ ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରିଥିଲେ। ଏହି ନାଟକକୁ ଦର୍ଶକମାନେ ରୁଣ୍ଡ ହୋଇ ଦେଖିବା ସହିତ ମଜ଼ା ନେଇଥିଲେ।
Sign in
Sign in
Recover your password.
A password will be e-mailed to you.