ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କଠାର ପ୍ରଥମ ପର୍ଯ୍ୟାୟ ସମୃଦ୍ଧି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ର ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ, ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ,ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଏବଂ ବେଲଗୁଣ୍ଠା ନୋଡାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଚାରି ତାଲିମ୍ ଶିବିରରେ ବ୍ଳକ୍ ର ପ୍ରାୟ ଦୁଇଶହ ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ ସମ୍ପର୍କରେ ତାଲିମ୍ ଗ୍ରହଣ କରିଥିଲେ I ଏହି ଅବସରରେ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ତାଲିମ୍ ଶିବିର ପରିଚାଳକ ସୁଧୀର କୁମାର ଦାସଙ୍କ ସଂଯୋଜନାରେ ସମ୍ବଳ ପ୍ରଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ, ନରେଶ ବ୍ରହ୍ମା, ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଶିବିର ପରିଚାଳକ ବିଦେଶୀ ବାଡତ୍ଯାଙ୍କ ସଂଯୋଜନାରେ ସମ୍ବଳ ପ୍ରଶିକ୍ଷକ ଛାୟାକାନ୍ତ ମହାପାତ୍ର,ମୋନାଲିସା ଖାଡ଼ଙ୍ଗା,ହରେକୃଷ୍ଣ ଶତପଥୀ,ଆର୍ଯ୍ୟକନ୍ୟା ଗୁରୁକୂଳରେ ସମ୍ବଳ ପ୍ରଶିକ୍ଷକ କାଳୁ ଚରଣ ଗୌଡ଼, ନୀଳକଣ୍ଠ ନନ୍ଦ, ରମେଶ କୁମାର ପାଣିଗ୍ରାହୀ, ଅମରେନ୍ଦ୍ର ନନ୍ଦ ଏବଂ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ସମ୍ବଳ ପ୍ରଶିକ୍ଷକ ମୃତ୍ୟୁଞ୍ଜୟ ପଣ୍ଡା, ମନୋଜ କୁମାର ପଟ୍ଟନାୟକ,ଶଙ୍କରନାରାୟଣ ସେଠୀ, ରେଣୁପ୍ରଭା ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ,ଭାଗ୍ୟଲତା ପ୍ରଧାନ ଏବଂ ପ୍ରତିଭା ରଥ ତାଲିମ୍ ଶିବିର ଗୁଡ଼ିକରେ ଉପସ୍ଥିତ ରହି ବିଦ୍ୟାଳୟ ସ୍ତରରେ ତାଲିମ୍ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ପ୍ରଥମ ପର୍ଯ୍ୟାୟ ତାଲିମ୍ ଶିବିର ଗୁରୁବାର ଦିନ ଉଦଯାପିତ ହେଉଥିବା ବେଳେ ବ୍ଳକ୍ ର ଅବଶିଷ୍ଟ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ତାଲିମ୍ ଶିବିରରେ ତାଲିମ୍ ଗ୍ରହଣ କରିବେ I
Sign in
Sign in
Recover your password.
A password will be e-mailed to you.