ବୋଇତ ବନ୍ଦାଣ ଉତ୍ସବରେ ମହାମହିମଙ୍କ ଯେ ଯୋଗଦାନ; ଆଜିର ଯୁବପିଢ଼ିଙ୍କୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ କଲେ ଆହ୍ବାନ

0

ଜଗତସିଂହପୁର,ତା-୨୭.୧୧.୨୦୨୩/ସୁମନ୍ତ କୁମାର ଦାସ: ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ପାରାଦୀପ ଗସ୍ତ ବେଳେ ହେଲିକ୍ୟାପ୍ଟରରେ ଦିନ ୯ଟା ୩୦ମିନିଟରେ ଗୋପବନ୍ଧୁ ଷ୍ଟାଡିୟମ ପହଞ୍ଚିଥିଲେ। ସେଠାରୁ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ କାରକେଟରେ ପାରାଦୀପ ନିଷିଦ୍ଧାଞ୍ଚଳକୁ ଯାଉଥିବା ବେଳେ ନୂଆବଜାର ସାଇ ମନ୍ଦିର ପାଖରେ ଗାଡିରୁ ଓହ୍ଲାଇ ଚାଲିଚାଲି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାସ୍ତା କଡରେ ତାଙ୍କୁ ଦେଖୁବାକୁ ସକାଳ ପ୍ର କରିଥିଲେ ଅନେକ ଜନସାଧାରଣ ଓ ସ୍କୁଲ ମହାମହିମ କାରକେଟରୁ ବାହାରି ଆସି ପି ହାତ ମିଳାଇବା ସହ ଚକୋଲେଟ୍ ବାଣ୍ଟିଲେ। ଯାହାକୁ ନେଇ ବେଶ ଖୁସି ବ୍ୟକ୍ତି କରିଛନ୍ତି ପିଲାମାନେ। ଅତି ନିକଟରୁ ମହାମହିମଙ୍କୁ ଦେଖୁବା ଓ ତାଙ୍କ ସହ ହାତ ମିଳାଇ ତାଙ୍କଠାରୁ ଚକୋଲେଟ୍ ପାଇବା ଅତି ସୌଭାଗ୍ୟର କଥା ବୋଲି କହିଛନ୍ତି ଛାତ୍ରଛାତ୍ରୀ । ତେବେ ପରେ ପାରାଦୀପ ୱେଟ୍ ବେସିନକୁ ଯାଇ ସେଠାରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ବାଣିଜ୍ୟ କରିବାକୁ ଯିବାକୁ ପ୍ରସ୍ତୁତ ଥ‌ିବା ସାତ ସାଧବ ବୋଇତକୁ ମେଲାଣୀ ଦେଇଥିଲେ। ପରେ ଆୟୋଜିତ ଏକ ସଭାରେ ନୌବାଣିଜ୍ୟ ପରମ୍ପରାକୁ ଉଦଯୀବିତ ରଖୁବା ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟପଟେ ବଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ‘ଆଜିର ଯୁବପିଢ଼ି ସେମାନଙ୍କର ଯୋଗ୍ୟତା ଅନୁସାରେ ଚାକିରିବାକିରି କରନ୍ତୁ, ମନା ନାହିଁ କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ। କଥାରେ ଅଛି, “ବାଣିଜ୍ୟେ ବସତେ ଲକ୍ଷ୍ମୀ” । ଯୁବପିଢ଼ି ନିଜ ରୁଚି ଅନୁସାରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାରେ ମଧ୍ୟ ମନୋନିବେଶ କରନ୍ତୁ । ଏହା ଦ୍ବାରା ସେମାନେ ନିଜେ ଜୀବିକା ଅର୍ଜନ କରିବା ସହିତ ଅନ୍ୟମାନଙ୍କୁ ଜୀବିକା ପ୍ରଦାନ କରିପାରିବେ।

Leave A Reply

Your email address will not be published.