ଓଡ଼ଗାଁ ମହୋତ୍ସବ ଅବସରରେ ଦୁଇ ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ଗାଁ ବ୍ଲକର ୨ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିବା ସହିତ ପଦକ ହାସଲ କରି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି I ଏଥିସହିତ ଉଭୟ ପ୍ରତିଯୋଗୀ ନୟାଗଡ଼ ଜିଲ୍ଲା ତଥା ଓଡ଼ଗାଁ ବ୍ଲକ ଅଞ୍ଚଳ ଗାରିମା ବୃଦ୍ଧି କରି ପାରିଛନ୍ତି। ଓଡ଼ଗାଁ ବ୍ଲକ ତଥା ଏନ୍ ଏସି ଅନ୍ତର୍ଗତ ଗୁପ୍ତମଠ ସାହି ବାସିନ୍ଦା ସୁକନ୍ୟା ବର୍ଷାରାଣୀ ସାହୁ ଆରଓସ୍କାଏ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଏହି ବ୍ଲକ ଅଞ୍ଚଳ ନନ୍ଦିଘୋର ପଞ୍ଚାୟତ ନନ୍ଦିଘୋର ଗ୍ରାମ ତଳ ନେଳିଆ ସାହିର ସୁକନ୍ୟା ମିନତୀ ସାହୁ ଲୋବା ଫାଇଟ୍ କଳା ପ୍ରଦର୍ଶନରେ ସଫଳତା ହାସଲ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଉତ୍ତମ କ୍ରିଡ଼ା ପ୍ରଦର୍ଶନ କରି ଓଡିଶା ପାଇଁ ପଦକ ହାସଲ କରିଥିବା ସମସ୍ତ ସଫଳ ପ୍ରତିଯୋଗୀ ମାନଙ୍କ ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ । ଓଡ଼ଗାଁ ବ୍ଳକ ଅଞ୍ଚଳ ଉଭୟ ପ୍ରତିଯୋଗୀ ସରକାରଙ୍କ ଘୋଷଣା ଅନୁସାରେ ୨ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇବା ପରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ଓଡ଼ଗାଁ ମହୋତ୍ସବ ଅବସରରେ ଦୁଇ ପ୍ରତିଭାଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବ ବୋଲି ବ୍ଲକ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି।
