ଓଡ଼ିଶା ମିଲ୍ଲେଟ୍ସ ମିଶନ ତଥା ତ୍ରିରଙ୍ଗା ଯୁବକ ସଂଘ ପଦ୍ମପୁର ତରଫରୁ ବାନ୍ଦୂପାଲି ଗ୍ରାମରେ ଏକ ମାଣ୍ଡିଆ ଅମଳ ମହୋତ୍ସବ ଅନୁଷ୍ଠିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଓଡ଼ିଶା ମିଲ୍ଲେଟ୍ସ ମିଶନ ତଥା ତ୍ରିରଙ୍ଗା ଯୁବକ ସଂଘ ପଦ୍ମପୁର ତରଫରୁ ବାନ୍ଦୂପାଲି ଗ୍ରାମରେ ଏକ ମାଣ୍ଡିଆ ଅମଳ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉତ୍ସବ ରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ବିଡିଓ ଚନ୍ଦ୍ରମଣି ନାଗ, ଜିଲ୍ଲା ସଂଯୋଜକ ନାରାୟଣ ପାଣିଗ୍ରାହୀ, ଅତିରିକ୍ତ କୃଷି ଅଧିକାରୀ ବିକାଶ ବେଶ୍ରା, ଭି ଏ ଡବ୍ଲ୍ୟୁ ଶୁଭେନ୍ଦୁ ବରିହା ଆଦି ଅଂଶ ଗ୍ରହଣ କରିଥିଲେ l ଉକ୍ତ ଉତ୍ସବର ଆବାହକ ଶ୍ରୀ ତୁଲେଶ୍ଵର ବୈକାର ବ୍ଲକ୍ ସଂଯୋଜକ ପଦ୍ମପୁର ସମସ୍ତ ଅତିଥିଙ୍କୁ ପରିଚୟ ପ୍ରଦାନ କରି ସ୍ବାଗତ ଭାଷଣ ଦେଇଥିଲେ l ଶେଷ ରେ ଶ୍ରୀ ତରଣିସେନ ଦ୍ୱାରି ଅତିରିକ୍ତ ବ୍ଲକ୍ ସଂଯୋଜକ ପଦ୍ମପୁର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କଲେ ଓ ଉକ୍ତ ଉତ୍ସବ ରେ ସ୍ଥାନୀୟ ସି.ଆର.ପି ଶ୍ରୀ ବଳରାମ ସାହୁ ଆୟୋଜନ ର ଦିୟିତ୍ଵ ନେଇଥିଲେ l
ଏହି ଅମଳ ଉତ୍ସବରେ ୨୦୦ ରୁ ଉର୍ଦ୍ଧ ଚାଷୀ ଯୋଗଦାନ କରିଥିଲେ ଏବଂ ମାନ୍ୟବର ବିଧାୟିକା କା ଓ ବିଡ଼ିଓ ଙ୍କ ହାତରେ ପ୍ରଥମ ମାଣ୍ଡିଆ ଫସଲ କୁ ଅମଳ କରାଯାଇଥିଲା l