ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁର ରାଜ୍ୟ ଶ୍ରେଷ୍ଠ ସ୍ବେଛାକୃତ ରକ୍ତଦାନ ୟୁନିଟ ଭାବେ ପୁରସ୍କୃତ

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି– ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଗତ ୨୦୨୨-୨୩ ବର୍ଷରେ ସର୍ବାଧିକ ସ୍ବେଛାକୃତ ରକ୍ତଦାନ ଶିବରର ଆୟୋଜନ କରିଥିବାରୁ ଆଜି ଏହି ସେବା ଯୋଜନା ୟୁନିଟ କୁ ଶ୍ରେଷ୍ଠ ରକ୍ତଦାତା ୟୁନିଟ ଭାବେ ସମ୍ମାନିତ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ରାଜ୍ୟ ଜାତୀୟ ସେବା ଯୋଜନା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣ ଉତ୍ସବରେ ଏହି ସମ୍ମାନିତ କରାଯାଇଥିଲା। ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ପ୍ରେମଂଶୁ ଶେଖର ରଥ ଯୋଗ ଦେଇ ଏହି ପୁରସ୍କାର ଉଚ୍ଚ ଶିକ୍ଷା ବିଭାଗର ମାନ୍ୟବର ଶିକ୍ଷାମନ୍ତ୍ରୀ ଅତାନୁ ସବ୍ୟସାଚୀ ନାୟକଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ମୋ କଲେଜ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସ ନାୟକ, ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ, ଉଚ୍ଚ ଶିକ୍ଷା ବିଭାଗର ସେବା ଯୋଜନାର ରାଜ୍ୟ ଅଧିକାରୀ ତଥା ଉପ ସଚିବ ରମେଶ ଚନ୍ଦ୍ର ବେହେରା ଏବଂ ଜାତୀୟ ସେବା ଯୋଜନାର ଆଞ୍ଚଳିକ ଅଧିକାରୀ ସରିତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଗତ ଏକ ଦଶନ୍ଧି ହେବ ଏହି ଭଳି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ରାୟଗଡା ଜିଲ୍ଲା ଗୁଣୁପୁର ରକ୍ତଭଣ୍ଡାର, ରାୟଗଡ଼ା ରକ୍ତ ଭଣ୍ଡାର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରକ୍ତଭଣ୍ଡାର, ଗଞ୍ଜାମ ଜିଲ୍ଲାର ଏମ କେ ସି ଜି ମେଡିକାଲ କଲେଜ ରକ୍ତଭଣ୍ଡାର,ସହ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ରେଡକ୍ରସ ରକ୍ତ ଭଣ୍ଡାରକୁ ରକ୍ତଦାନ କରି ବହୁ ରକ୍ତହୀନତା ରୋଗୀମାନଙ୍କୁ ରକ୍ତ ଯୋଗାଉଥିବା ଜଣାପଡିଛି।ସେହିପରି ପ୍ରତ୍ୟକ ମାସରେ ରକ୍ତଦାନ ଶିବିର କରିବା ସହ ବର୍ଷରେ ଦୁଇ ଥର ମେଗା ରକ୍ତଦାନ ଶିବିର ଆୟୋଜନ କରୁଥିବା ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ସୂଚନା ଦେଇଛନ୍ତି। ଏହି ସମ୍ମାନିତ ଦ୍ୱାରା ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ମଧ୍ୟରେ ଏକ ଖୁସିର ବାତାବରଣ ଖେଳିଯାଇଛି।ଏହି ଅବସରରେ ବିଶ୍ଵ ବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ମହାନିର୍ଦ୍ଦେଶକ ଡ. ଜଗଦିଶ ପଣ୍ଡା, କୁଳପତି ଡ ଏ ଭି ଏନ ଏଲ ଶର୍ମା ପ୍ରମୁଖ ସେବା ଯୋଜନାର ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

 

Leave A Reply

Your email address will not be published.