ଦୀପାଙ୍କ ପ୍ରୟାସ ପରେ ଟ୍ରେନ ଦୁର୍ଘଟଣାରେ ଗୁରୁତର ଅହତଙ୍କୁ ମିଳିଲା ସହାୟତା

0 2

ଜିଲ୍ଲାପାଳଙ୍କ ତରଫରୁ ମଂଜୁର ହେଲା ୨୦ ହଜାର ଟଙ୍କା

ବରଗଡ଼: ଟୁଇଟର ଆଞ୍ଜେଲ ଦୀପା ବାରିକଙ୍କ ଲଗାତାର  ପ୍ରୟାସ ଫଳରେ ଟ୍ରେନ ଦୁର୍ଘଟଣାରେ ଗୁରୁତର ଅହତଙ୍କ ପାଇଁ ଜିଲ୍ଲାପାଳଙ୍କ ତରଫରୁ ମିଳିଲା ୨୦ ହଜାର ଆର୍ଥିକ ସହାୟତା |

ଘଟଣାଟି ଏମିତି , ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଶାଖାଡୁଙ୍ଗୁରି ଗ୍ରାମର ମଧୁ ବାଗ ନାମକ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଖରିଆର ରୋଡ ରେଳ ଷ୍ଟେସନରୁ କଟକ ଅଭିମୁଖେ ଗୁରୁବାର ସନ୍ଧ୍ୟାରେ ବାହାରିଥିଲେ।ଏହି ସମୟରେ ଟ୍ରେନରେ ଚଢ଼ିବା ବେଳେ ଖସିପଡିବାରୁ ଦୁଇ ଗୋଡ଼ ଏବଂ ହାତ କରିଯାଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା।ତାଙ୍କୁ ଉଦ୍ଧାର କରି ପ୍ରଥମେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଆଶୁ ଚିକିତ୍ସା ପ୍ରଦାନ କରାଯାଇଥିଲା ଏବଂ ଉଚ୍ଚତର ଚିକିତ୍ସା ପାଇଁ ଭୀମସାର ବୁର୍ଲାକୁ ନିଆଯାଇଥିଲା। ଉକ୍ତ ବ୍ୟକ୍ତି ଜଣକ ଅତ୍ୟନ୍ତ ଗରୀବ ପରିବାର ତଥା ଭୂମିହୀନ ହୋଇଥିବାରୁ ଆହତଙ୍କ ପତ୍ନୀ ମୁଣ୍ଡରେ ଅକାଳ ଚଡକ ପଡିଥିଲା।ଏହି ସମୟରେ ଝାରବନ୍ଧ ଅଞ୍ଚଳର କିଛି ଲୋକଙ୍କ ମାଧ୍ୟମରେ ଜାଣିବା ପରେ ପାଇକମାଲ ଅଞ୍ଚଳର ସ୍ବେଚ୍ଛାସେବୀ ଦୀପା ବାରିକ ବରଗଡ଼ ଜିଲ୍ଲାପାଳଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ।ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଘଟଣାର ଗମ୍ଭୀରତାକୁ ଅନୁଭବ କରି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ତୁରନ୍ତ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ସ୍ବେଚ୍ଛାସେବୀ ଦୀପା ବାରିକଙ୍କ ପ୍ରୟାସ ଦ୍ୱାରା ତଥା ଜିଲ୍ଲା ପ୍ରଶାସନର ତତ୍ପରତାକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।ବର୍ତ୍ତମାନ ଆହତ ଜଣକ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି

Leave A Reply

Your email address will not be published.