ପ୍ରତିଶୃତି….. ପ୍ରତିଶୃତି ଆଉ ପ୍ରତିଶ୍ରୁତି।

0

କଳିଆପାଣି ରୁ ଦୟାନିଧି ମହାନ୍ତ: ଷ୍ଟାଡିଅମ ହେବ, ଖେଳ ପଡିଆ ହେବ,ଏ ଅଞ୍ଚଳର ପିଲାମାନେ ଉନ୍ନତ ମାନର ଖେଳ ସାମଗ୍ରୀ ପାଇବେ, ଆଉ ଜିଲ୍ଲା ,ରାଜ୍ୟ ତଥା ଦେଶର ପ୍ରତିନିଧିତ୍ୱ କରି ଏ ଅଞ୍ଚଳର ନା ଗୌରବ ବଢ଼େଇବେ। ଏହା ଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଖଣିଅଂଚଳବାସୀଙ୍କ ପ୍ରତି ପ୍ରତିଶ୍ରୁତି। ବିଗତ ଦୁଇ ହଜାର ଷୋହଳ ମସିହା ନଭେମ୍ବର ପଚିଶ ତାରିଖ ରେ ସୁକିନ୍ଦା ଖଣି ଅଂଚଳ କଲରଙ୍ଗୀ ଠାରେ ଏକ ବିଶାଳ ଜନସମାଗମ କୁ ସମ୍ବୋଧନ କରିବା ଅବସରରେ ଏହି ପ୍ରତିଶୃତ ସେ ଦେଇଯାଇଥିଲେ। କିନ୍ତୁ ବଡ ପରିତାପର ବିଷୟ ଆଜିଯାଏ ଉନ୍ମୋଚିତ ଫଳକ ଖୋଲା ଆକାଶ ତଳେ ପଡି ପଡି ମଉଳି ଗଲାଣି। ପ୍ରସ୍ତାବିତ dmf ପାଣ୍ଠି ରୁ ଏହି ପ୍ରକଳ୍ପକୁ ଖୁବ ଶୀଘ୍ର ଆରମ୍ଭ କରିବାକୁ ସେ ସ୍ଥାନୀୟ ବିଧାୟକ ମହୋଦୟଙ୍କୁ କହିଯାଇଥିଲେ। ଏବେ ନିକଟ ଭବିଷ୍ୟତରେ ସାଧାରଣ ନିର୍ବାଚନ ହେବାକୁ ଯାଉଅଛି। ଜନସାଧାରଣ ରେ ଆଲୋଚନା ଚାଲିଛି ଏବେ ପୁଣି ଏକ ନୂଆ କିଛି ପ୍ରତିଶୃତି ଦେଇ ଲୋକମାନଙ୍କୁ ପ୍ରତାରଣା ଦେବେନାହିଁ ତା ?

Leave A Reply

Your email address will not be published.