ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବ ରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରତିୋଗିତାମୂଳକ କାର୍ଯ୍ୟକ୍ରମ ର ଆୟୋଜନ ହୋଇଅଛି। ଏହି ଦିନରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀମାନଙ୍କ ପାରମ୍ପରିକ ଖାଦ୍ୟ, ପାରମ୍ପରିକ ଫ୍ୟାସନ୍ ସୋ, ଲୋକ ନୃତ୍ୟ ଏବଂ ନାଟକ ପ୍ରତିଯୋଗିତା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ରେ ଶ୍ରୀଯୁକ୍ତ ଅଶୋକ ବହିଦାର , ଜଗନ୍ନାଥ ସେଠ୍, ଆଶିଷ ବାଇକେ, ଅଞ୍ଜଳି ପରିଡ଼ା, ରମେଶ ଗୁର୍ଲା, ସୁରେନ୍ଦ୍ର ସାହୁଙ୍କ ସହ ଅଞ୍ଚଳ ମହାବିଦ୍ୟାଳୟ ର ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ, ସନ୍ଧ୍ୟାରାଣୀ କୁଅଁର, ସଦାନନ୍ଦ ଭୋଇ, ପ୍ରଭାତ କୁମାର ମହାପାତ୍ର, ଦୟାନିଧି ବଗର୍ତି, ସମୀର ନାଗ, ଡ଼ଃ ତୁଷାରକାନ୍ତ ସାହୁ ଏବଂ ବୁନି ସାହୁ ବିଚାରକ ଭାବରେ ଯୋଗ ଦେଇଥିଲେ। ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଶ୍ରୀ ନବକୃଷ୍ଣ ମିଶ୍ର, ଡ଼ଃ ସରୋଜ ନାଏକ, ଡ଼ଃ ବିରଞ୍ଚି ସାହୁ, ଡ଼ଃ ତାରା ପ୍ରସାଦ ଶତପଥୀ, ଶ୍ରୀ ଖଗେଶ୍ବର ଦାସ, ଶ୍ରୀ ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ପାଣିଗ୍ରାହୀ, ମୋନାଲିସା ସ୍ୱାଇଁ, ଶ୍ରୀମତୀ ଝୁନୁ ପରିଡ଼ା, ଶ୍ରୀ ପ୍ରଶାନ୍ତ କୁମାର ସିଦାର, ଓମ୍ ପ୍ରକାଶ ସତ୍ନାମୀ, ଦେବାଶିଷ ସାହୁ, ଡ଼ଃ ଭେଙ୍କଟେଶ୍ୱର୍ ମେହେର, ଶ୍ରୀ ମିଥୁନ ମେହେର, ବିଶ୍ବରାଜ ପାତ୍ର ଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ସହଯୋଗ କରିଥିଲେ। ଏହି ଦିବସରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମାନଙ୍କ ସହ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.