କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ କାଶୀନଗର ବ୍ଲକ ଗସ୍ତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଶୀନଗର ବ୍ଲକ କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ପଞ୍ଚାୟତର ବିଶିରିଂ ଗ୍ରାମ ଠାରେ ବର୍ଷା ଅଭାବରୁ ଧାନ ଚାଷ ନଷ୍ଟ ହୋଇ ମରୁଡି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ମରୁଡି ସମସ୍ୟା ନେଇ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିବା ସହ ଗଜପତି ଜିଲ୍ଲାପାଳଙ୍କ ମରୁଡି ସ୍ଥିତିର ଆଲୋଚନା କରିବା ପରେ ସରକାରଙ୍କୁ ଦୃଷ୍ଟିଗୋଚର କରିବେ ବୋଲି ସେ କହିଛନ୍ତି।
ସେହିପରି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ମିନିଗାଗୁଡା ଗ୍ରାମର ଜନସାଧାରଣ , ସରପଞ୍ଚଙ୍କ ସହିତ ପୂର୍ବତନ ମୁଖ୍ୟ ଶାସନସଚିବ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଚେୟାରମେନ ବିଜୟ କୁମାର ପଟ୍ଟନାୟକ ଆଜି ରହିଥିବା ରାସ୍ତା ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରକାଶ ଥାଉ ଯେ ଏହି ମିନିଗାଗୁଡା ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିଛନ୍ତି ଏବଂ କିଛି ଦିନ ତଳେ ରାଜରାସ୍ତାରେ ବହୁତ ସମୟ ଧରି ଅବରୋଧ କରିଥିଲେ ମିନିଗାଗୁଡା ଗ୍ରାମବାସୀ। ଦୀର୍ଘ ବର୍ଷ ହେଲା ମିନିଗାଗୁଡା ଗ୍ରାମକୁ ପକ୍କାରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଆଜିଯାଏଁ ରାସ୍ତାଟିଏ ନିର୍ମାଣ ହୋଇପାରୁ ନାହିଁ। ମିନିଗାଗୁଡା ଗ୍ରାମରୁ ରାଜ୍ୟରାଜପଥ ତଥା ମୁଖ୍ୟରାସ୍ତାର ଦୂରତା ମାତ୍ର ଏକ କିଲୋମିଟର ରହିଥିବା ବେଳେ ରାସ୍ତାଟିଏ ନିର୍ମାଣ ହୋଇପାରୁନଥିବାକୁ ନେଇ ପ୍ରବଳ ଅସନ୍ତୋଷ ଲାଗି ରହିଥିଲା। ଏନେଇ ବାରମ୍ବାର ବିଭିନ୍ନ ସ୍ତରରେ ବିଭିନ୍ନ ସମୟରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ଫଳପ୍ରଦ ମିଳୁ ନଥିଲା। ତେବେ ଗତ ଛଅମାସ ପୂର୍ବେ ମଧ୍ୟ ଲୋକେ ରାସ୍ତା ଅବରୋଧ କରିବା ସମୟରେ ଅଳ୍ପ ଦିନ ମଧ୍ୟରେ ରାସ୍ତା ସମସ୍ୟାର ସମାଧାନ କରାଯିବ ଆନ୍ଦୋଳନକାରୀ ଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଥିଲେ ଗ୍ରାମବାସୀ। ହେଲେ ଛଅ ମାସ ପରେ ମଧ୍ୟ ସମାଧାନ ନ ହେବାରୁ ପୁଣି ଥରେ ଲୋକେ କିଛି ଦିନ ତଳେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନର ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାର ବିଷୟରେ ବିଜୟ କୁମାର ପଟ୍ଟନାୟକ ଙ୍କୁ ଜଣାଇଛନ୍ତି ଗ୍ରାମବାସୀ। ରାସ୍ତା ସମସ୍ୟା ନେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସହ ଆଲୋଚନା କରି ମିନିଗାଗୁଡ଼ା ରାସ୍ତାଟି କିପରି ଶୀଘ୍ର ନିର୍ମାଣ ହେବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.