ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ- ୨୦୨୪ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଅଦ୍ୟାବଧୂ ଚାଲୁରହିଛି ଓ ଏହି ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଭୋଟର ତାଲିକାରେ ଯଦି କୌଣସି ପ୍ରକାରର ତ୍ରୁଟି ଥାଏ , ତାହାହେଲେ ଏହି ସମୟ ମଧ୍ୟରେ ସେଥିରେ ସଂଶୋଧନ କରାଯାଇ ପାରିବ। ଏଥୁ ନିମନ୍ତେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଜିଲ୍ଲାର ସବୁ ବୁଥରେ ୪ ଗୋଟି ସ୍ବତନ୍ତ୍ର ଅଭିଯାନ ଦିବସ କରାଯାଇ ତ୍ରୁଟି ସଂଶୋଧନ ସହ ନୂତନ ଭାବେ ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଭୋଟରମାନଙ୍କୁ ସଚେତନ କରାଯାଉଛି।
ଇତି ମଧ୍ୟରେ ତିନିଗୋଟି ସ୍ବତନ୍ତ୍ର ଅଭିଯାନ ଦିବସ ଶେଷ ହୋଇଛି ଓ ଆସନ୍ତା ତା.୨୫/୧୧/୨୦୨୩ରିଖ (ଶନିବାର) ହେଉଛି ଶେଷ ସ୍ବତନ୍ତ୍ର ଅଭିଯାନ ଦିବସ। ଉକ୍ତ ଦିନ ରାଜ୍ୟର ସବୁ ବୁଥ୍ ରେ ବି.ଏଲ୍.ଓ ମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ସହ ସେମାନଙ୍କର ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରାଇବେ ଏବଂ ନୂତନ ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ
ପଞ୍ଜିକରଣ ପାଇଁ ସବୁ ପ୍ରକାରର ସହଯୋଗ କରିବ। ବର୍ତ୍ତମାନ ସୁଦ୍ଧା ସମଗ୍ର ଜିଲ୍ଲାରେ ୪୫୧୩ ରୁ ଅଧିକ ନୂତନ ଭୋଟର ତାଲିକାଭୁକ୍ତ ହେବା ପାଇଁ ଅବେଦନ କରିଛନ୍ତି ଏବଂ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ପାଇଁ ୩୦୩୭ ଜଣ ଭୋଟର ଆବେଦନ କରିଛନ୍ତି। ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ-ସେପ୍ଟେମ୍ବର ମାସରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଦ୍ବାରା ଘରକୁ ଘର ବୁଲି ସର୍ବେକ୍ଷଣ କରାଯାଇଥିଲା। ସେତେବେଳେ ପ୍ରାୟ ୩୦୫୩ ନୂଆ ଭୋଟରଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରାଯାଇଥିଲା ଏବଂ ୬୧୮୭ ଭୋଟଙ୍କର ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରାଯାଇଥିଲା। ସେହି ଭୋଟରମାନଙ୍କୁ ଖୁବ୍ ଶୀଘ୍ର ଭୋଟର ଫଟୋ ପରିଚୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରି ଗଜପତି ଶ୍ରୀ ସ୍ମୃତି ରଂଜନ ପ୍ରଧାନ ପ୍ରକାଶ କରିଛନ୍ତି।
ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ବି.ଏଲ୍.ଓ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ କାର୍ଯ୍ୟକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରି ଗଜପତି ଶ୍ରୀ ସ୍ମୃତି ରଂଜନ ପ୍ରଧାନ ଭୂୟସୀ ପ୍ରଶଂସା କରିବା ସହ ଆସନ୍ତା ୨୫ ତାରିଖ (ଶନିବାର) ହେବାକୁ ଥିବା ଶେଷ ସ୍ବତନ୍ତ୍ର ଅଭିଯାନ ଦିବସରେ ପ୍ରତି ବୁଥ୍ ରେ ଅଂଶଗ୍ରହଣ ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.