ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଇତି ମଧ୍ୟରେ ପଦ୍ମପୁର ଉପଖଣ୍ଡ ରେ ନିଶା କାରବାର ହେଉଥିବା ଅଭିଯୋଗ ରେ, ନିଶା ଦ୍ରବ୍ୟ ଚୋରା ଚାଲାଣ କରୁଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ରେ ଲଗାତାର ଭାବେ ପୋଲିସ ବିଭାଗ ସଫଳ ହେଉଥିବା ଖବର ମିଳୁଥିବା ବେଳେ ଆଜି ପୁଣି ଥରେ ଜଣେ ଅନ୍ତରାଜ୍ଯ ଚୋରkକୁ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୋଲିସ l ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ସବ୍ ଇନ୍ସପେକ୍ଟର ଜେ ପି ତାଣ୍ଡି ନିଜ ଟିମ୍ ସହିତ ପଦ୍ମପୁର – ଜଗଦଳପୁର ରୋଡ ରେ ଯାଉଥିବା ଏକ ଗଞ୍ଜେଇ ବସ୍ତା ବୋଝେଇ ବାଇକ ନଂ ସି. ଜି. ୦୬- ଜି. ଆର୍. – ୦୬୮୧ କୁ ଗୋଡାଇ ଗୋଡାଇ ଖୁଣ୍ଟପାଲି ଛକରେ ଧରି ବାଇକ୍ ଏବଂ କେଜି ୭୦୦ ଗ୍ରାମ୍ ଗଞ୍ଜେଇ ସହ ନଗଦ ୧୨୦୦ ଟଙ୍କା ଜବତ କରି ଅଭିଯୁକ୍ତ ଛତ୍ତିଶଗଡ଼ କୋଟୱାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗ୍ରାମର ମନୁ କାଶ୍ୟପ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଅଭିଯୁକ୍ତ କଣ୍ଟାମାଳ ରୁ ଚୋରା ରେ ଗଞ୍ଜେଇ କିଣି ଛତ୍ତିଶଗଡ଼ ଅଞ୍ଚଳରେ ବିକ୍ରି କରିବା ପାଇଁ ନେଉଥିବା ସ୍ୱୀକାର କରିଥିବା ଥାନା ଅଧିକାରୀ ମମତା ନାଏକ ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post