ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ତରଫରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ଆଜି (ଗୁରୁବାର ଦିନ) ଅଧ୍ୟକ୍ଷା ଡ଼ ରୀନା ସାହୁ ମଧ୍ୟ ଛାତ୍ରୀ ତଥା କର୍ମଚାରୀ ମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ହେବ ବୋଲି କହିଥିଲେ। ଆଜି ଫୁଲ ସଜ୍ଜା ଓ ବିହନ ସଜ୍ଜା ପ୍ରତିଯୋଗିତା ହୋଇଯାଇଛି ।
ଏସବୁ କାର୍ଯ୍ୟକ୍ରମରେ ବହୁଛାତ୍ରୀ ଉତ୍ସାହର ସହ ଅଂଶ ଗ୍ରହଣ କରୁଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ନିର୍ଦ୍ଦେଶରେ ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ , ଅଧ୍ୟାପିକା ସି.ଏଚ୍. ନିର୍ମଳା ଓ ଅଧ୍ୟାପିକା ଡ଼.କଲ୍ୟାଣୀ ମିଶ୍ରଙ୍କ ଦ୍ବାରା କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ମାନେ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.