ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ପାଳିତ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ହିନ୍ଦୁ ଧର୍ମ ତଥା ଆମ ଓଡ଼ିଆ ଙ୍କ ପାଇଁ କାର୍ତ୍ତିକ ମାସର ମହତ୍ତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ। କାର୍ତ୍ତିକ ମାସକୁ ଧର୍ମ ମାସ ହିସାବରେ ଗଣନା କରାଯାଏ।ଅଧୁନା ଯୁଗ ରେ ଗାଁ ପରିବେଶ ରେ ସହରୀ ସଭ୍ୟତା ର ପ୍ରବେଶ ପରେ ଧୀରେ ଧୀରେ ଗାଁ ରୁ ହଜିବାକୁ ଲାଗିଲାଣି ବହୁବର୍ଷ ଧରି ବଞ୍ଚି ରହିଥିବା କଳା, ସଂସ୍କୃତି ଓ ପରମ୍ପରା।ଜଗନ୍ନାଥ ସଂସ୍କୃତି ତଥା ଓଡ଼ିଆ ଙ୍କ ପବିତ୍ର ଗ୍ରନ୍ଥ ଶ୍ରୀମଦ୍ ଭାଗବତ।ମୁଖ୍ୟତଃ ଭାଗବତ ଟୁଙ୍ଗୀ କ୍ରମଶଃ ଗ୍ରାମାଞ୍ଚଳରେ ଲୋପ ପାଇବାକୁ ବସିଥିବା ବେଳେ ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଲିମାପଦର ଗ୍ରାମବାସୀ ଆଜି ବି ଏହି ପରମ୍ପରା କୁ ବଞ୍ଚେଇ ରଖିଛନ୍ତି।ଏହି ଗ୍ରାମ ରେ ଥିବା ସୀତାରାମ ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଧର୍ମ ମାସ କାର୍ତ୍ତିକ ଅଵସରରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଆୟୋଜିତ ହୋଇଯାଇଛି।ଗ୍ରାମବାସୀ ନିଷ୍ଠା ର ସହ ଏହି ପାରାୟଣ କାର୍ଯ୍ୟକ୍ରମ କୁ ପାଳନ କରୁଛନ୍ତି।କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀ ତିଥି ରୁ ଦ୍ଵାଦଶୀ ପର୍ଯ୍ୟନ୍ତ ସପ୍ତାହବ୍ୟାପି ପାରାୟଣ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ବର୍ଷ ଧରି ପବିତ୍ର ବଡ଼ ଏକାଦଶୀ ତିଥିରେ ରାତ୍ରି ଉଜାଗର ରହି ସପ୍ତର୍ଷି ଙ୍କ ଉଦ୍ୟେଶ ରେ ତଥା ବିଶ୍ୱ କଲ୍ୟାଣ ପାଇଁ ମାନସିକଧାରୀ ସପ୍ତଦ୍ବୀପ ଧାରଣ ସହ ତା ପରଦିନ ନିକଟସ୍ଥ ବଂଶଧାରା ନଦୀରେ ସମବେତ ବୁଡ଼ ପକେଇବାର ଅନନ୍ୟ ଓ ଭିନ୍ନ ଏକ ପରମ୍ପରା ଏଠାକାର ମୁଖ୍ୟ ଆକର୍ଷଣ।ଏଥି ସହିତ ଭାଗବତ ର ଅଧ୍ୟାୟ ହିସାଵରେ କୃଷ୍ଣ ଜନ୍ମ,ନନ୍ଦ ଉତ୍ସବ ପାଳନ ସହ ଭଜନ କୀର୍ତ୍ତନ ଗାଁ ପରିବେଶ କୁ ରୁଦ୍ଧିମନ୍ତ କରିଥାଏ।ଏହି କାର୍ଯ୍ୟକ୍ରମ ପ୍ରପନ୍ନ ତ୍ରିପାଠୀ ଙ୍କ ପୌରହିତ୍ୟି ରେ ଅନୁଷ୍ଠିତ ହୋଇଥିବା ବେଳେ ସଦାଶିବ ପଣ୍ଡା,ସୁବାସ ପଣ୍ଡା, ଚିନ୍ମୟ ରଥ,ହୃଷିକେଶ ପଣ୍ଡା ପ୍ରମୁଖ ଭାଗବତ ପଠନ କରିଥିଲେ।ଭଗବତ କୃପା ଲାଭ କରିବା ପାଇଁ ଆଖପାଖ ଅଞ୍ଚଳର ବହୁସଂଖ୍ୟା ରେ ଲୋକ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ହରପ୍ରସାଦ ରଥ ,ଚିନ୍ମୟ ପଣ୍ଡା,ଚକ୍ରପାଣି ତ୍ରିପାଠୀ, ପ୍ରତାପ ପଣ୍ଡା,ମାନସ ପଣ୍ଡା ଓ ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।

 

Leave A Reply

Your email address will not be published.