ଜଗତସିଂହପୁର,ତା-୨୩.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ଗବେଷଣା ପ୍ରକଳ୍ପ ଯଥା ସର୍ବଭାରତୀୟ କୃଷି ବନୀକରଣ ଗବେଷଣା ପ୍ରକଳ୍ପ, ସର୍ବଭାରତୀୟ ନାରିକେଲ୍ ଗବେଷଣା ପ୍ରକଳ୍ପ, ସର୍ବଭାରତୀୟ ସଂଯୋଜିତ କାଜୁ ଗବେଷଣା ପ୍ରକଳ୍ପ ଓ ସର୍ବଭାରତୀୟ ଅଣୁସାର ପ୍ରକଳ୍ପ ଗୁଡ଼ିକର କୃଷକ ପ୍ରଶିକ୍ଷଣ ଶିବିର କୁଜଙ୍ଗ ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ସର୍ବଭାରତୀୟ କୃଷି ବନୀକରଣ ଗବେଷଣା ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ଡ଼ଃ ସୁବାଷ ଚନ୍ଦ୍ର ମହାପାତ୍ର ଏବଂ ଉଦ୍ୟାନ କୃଷି କନିଷ୍ଠ ବୈଜ୍ଞାନିକ ଶ୍ରୀମତୀ ସସ୍ମିତା ବେହେରା କୃଷି ବନୀକରଣ ଉପରେ ଗୁରୁତ୍ଵ ଆରୋପ କରିଥିଲେ। ସର୍ବଭାରତୀୟ ନାରିକେଲ୍ ଗବେଷଣା ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ଡ଼ଃ ଅଜିତ୍ କୁମାର ସାହୁ ନଡ଼ିଆ ଚାଷର ବୈଜ୍ଞାନିକ ଜ୍ଞାନ କୌଶଳ ବିଷୟରେ ଚାଷୀ ଭାଇ ମାନଙ୍କ ସହିତ ଆଲୋଚନା କରିଥିଲେ। ସର୍ବଭାରତୀୟ ସଂଯୋଜିତ କାଜୁ ଗବେଷଣା ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ଡ଼ଃ କବିତା ସେଠୀ କାଜୁ ଚାଷ ସମ୍ବନ୍ଧୀୟ ବିଭିନ୍ନ ଜ୍ଞାନକୌଶଳ ବିଷୟରେ ଚାଷୀ ଭାଇମାନଙ୍କ ସହିତ ଆଲୋଚନା କରିଥିଲେ। ସର୍ବଭାରତୀୟ ଅଣୁସାର ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ଡ଼ଃ ରବିନ୍ଦ୍ର କୁମାର ନାୟକ ଅଣୁସାରର ପ୍ରୟୋଗ ଏବଂ ବ୍ୟବହାର ଉପରେ ଆଲୋଚନା କରିଥଲେ। ଏହି ସଭାରେ ତିର୍ତ୍ତୋଲ କୃଷି ଅଧିକାରୀ ଶ୍ରୀଯୁକ୍ତ ପୂର୍ଣେନ୍ଦୁ ଆଚାର୍ଯ୍ୟ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ସ୍ଥାନୀୟ ୱାର୍ଡ ମେମ୍ବର ଶ୍ରୀମତୀ ଲିଲିପ୍ତା ସାମଲ, ସମିତି ସଭ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଦାସ, ୱାର୍ଡ ମେମ୍ବର ଶ୍ରୀଯୁକ୍ତ ଲକ୍ଷ୍ମଣ ନାୟକ, ଶ୍ରୀଯୁକ୍ତ ଚୀରଞ୍ଜିବ ବାରିକ, ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଗୁରୁ ଏବଂ ୧୫୦ ଚାଷୀ ଭାଇ ଓ ଭଉଣୀ ଅଂଶଗ୍ରହଣ କରିଥିଲେ। ଏହି ସଭାରେ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁରର ମୁଖ୍ୟ ଓ ବରିଷ୍ଠ ବୈଜ୍ଞନିକ ଡ଼ଃ ଜୀବନଜିତ ସେନ୍ ଓ କୃଷି ଯନ୍ତ୍ରପାତି ବୈଜ୍ଞାନିକ ଡଃ ଦ୍ବାରିକା ମୋହନ ଦାସ ଉପସ୍ଥିତ ରହି ସଭାକୁ ପରିଚାଳନା କରିବା ସହିତ ଜଗତସିଂହପୁର ଜିଲ୍ଲାର ଚାଷର ଅଭିବୃଦ୍ଧି ନିମନ୍ତେ ନିଜର ବକ୍ତବ୍ୟ ରଖିଥିଲେ। ସର୍ବଶେଷରେ ଉଦ୍ୟାନ କୃଷି ବୈଜ୍ଞାନିକ ଶ୍ରୀମତୀ ସସ୍ମିତା ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post