ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ , ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଅଛି।
ଏହି ମେଳାରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ମାନ୍ୟବର ସାଂସଦ ବ୍ରହ୍ମପୁର , ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମେଳାକୁ ଆନୁଷ୍ଠାନୁିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି ଜିଲ୍ଲାପରିଷଦ ଗଜପତି , ଶ୍ରୀମତୀ ମାରୀୟମ ରଇତ , ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତି , ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ ଗଜପତି , ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀଯୁକ୍ତ ସୁନାରାମ ସିଂ, ଜିଲ୍ଲା ଶିଳ୍ପ ସଂଚାଳକ ଗଜପତି ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ପ୍ରଥମ ଦିନ ନିଯୁକ୍ତି ମେଳାରେ ଗୋଷାଣୀ , କାଶୀନଗର , ଗୁମ୍ମା ଓ ରାୟଗଡ଼ ୪ଟି ବ୍ଲକର ୭୧୩ ଜଣ ଶିକ୍ଷିତ ଯୁବକ ଓ ଯୁବତୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୫୩୯ ଜଣଙ୍କୁ ଚୟନ କରଯାଇଛି। ଆଜିର ନିଯୁକ୍ତି ମେଳାରେ ୩୦ ଗୋଟି ସଂସ୍ଥା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଆସନ୍ତା କାଲି ତା.୨୪.୧୧.୨୦୨୩ ରିଖ ୧୦ ଘଟିକା ସମୟରେ ନୂଆଗଡ ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଅନୁଗୁର ଠାରେ ନୂଆଗଡ ବ୍ଲକ ସମେତ ଆର.ଉଦୟଗିରି ଓ ମୋହନା ବ୍ଲକର ଯୁବକ ଯୁବତୀମାନେ ନିଯୁକ୍ତି ମେଳା ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ସମେତ ବିଭିନ୍ନ ସଂସ୍ଥାର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post