ଶ୍ରୀକୃଷ୍ଣ ଏକାଡେମୀ ପ୍ଲାଟିନମ ଜୁବୁଲି ଉତ୍ସବ

0 2

ଜଗତସିଂହପୁର,ତା-୨୩.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣ ଏକାଡେମୀର ପ୍ଲାଟିନମ୍ ଜୁବୁଲି ଉତ୍ସବ ଆଗାମୀ ୨୫, ୨୬ ଓ ୨୭ ତାରିଖରେ ମହାସମାରୋହରେ ପାଳିତ ହେବାକୁ ଯାଉଛି । ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ ପାଳନ କମିଟି ଓ ପୁରାତନ ଛାତ୍ର ସଂସଦର ଅଧ୍ୟକ୍ଷ ତଥା ନାଇଜରର କୁଳସଚିବ ଡ. ଅଭୟ ନାୟକ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ତାରିଖ ପୂର୍ବାହ୍ନରେ ଝଙ୍କଡ ପୀଠରୁ ଆସିଥିବା ମା’ ଶାରଳାଙ୍କ ଆଜ୍ଞାମାଳକୁ ସ୍ଥାପନ କରାଯିବ । ଏହାପ ପରେ ବିଦ୍ୟାଳୟର ଛାତ୍ର, ଶିକ୍ଷକ-ଶିକ୍ଷୟତ୍ରୀ ଓ ପୁରାତନ ଛାତ୍ରମାନଙ୍କର ଏକ ବଣ୍ଡାଜ୍ଯ ଶୋଭାଯ ଶାଭାଯାତ୍ରା ସହର ପରିକ୍ରମା କରିବ । ଏହି ଦିନ ଅପରାହ୍ନରେ ପ୍ଲାଟିନମ ଜୁବୁଲିର 98 ଉଦ ପ୍ରାକ୍ତନ ରୂପ ସୂକ ଅନୁଷ୍ଠିତ ହେବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ, ସେନା ର ପ୍ରାକ୍ତନ ଉପ-ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଶ୍ରୀ ଚଣ୍ଡୀ ପ୍ରସାଦ ମହାନ୍ତି, ସଂସଦ ଶ୍ରୀ ଅଚ୍ୟୁତ ସାମନ୍ତ, ସରକାରୀ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି ଏବଂ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟର କୁଳପତି ଶ୍ରୀ ପ୍ରଭାତ କୁମାର ରାଉଳ ପ୍ରମୁଖ ଉଦଘାଟନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କର ଏକ ପ୍ରତିମୂର୍ତ୍ତି ଓ ପ୍ଲାଟିନମ ଜୁବୁଲି ସ୍ମାରକୀ ସ୍ତମ୍ଭକୁ ମଧ୍ଯ ଉଦଘାଟନ କରାଯିବ । ଅତିଥୁମାନଙ୍କ ଦ୍ୱାରା ବିଦ୍ୟାଳୟର ମୁଖପତ୍ର ‘ଅଳକା’ର ସ୍ବତନ୍ତ୍ର ସଂଖ୍ୟା ଡାକ ବିଭାଗର ସ୍ମାରକୀ ଲଫାପା ଓ ସ୍ମୃତି ସଙ୍ଗୀତ ଉନ୍ମୋଚିତ ହେବ । ୨୬ ତାରିଖ ପୂବାହ୍ନରେ ପୁରାତନ ଛାତ୍ରମାନଙ୍କର ସମାବେଶ ଅନୁଷ୍ଠିତ ହେବ । ଏହିଦିନ ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ବିରଜା ପ୍ରସନ୍ନ ଶତପଥ୍, ଉତ୍କଳ ସଂସ୍କୃତି ବିଶ୍ଵ ବିଦ୍ୟାଳୟର କୁଳପତି ଶ୍ରୀ ପ୍ରସନ୍ନ କୁମାର ସ୍ବାଇଁ, ଫକୀର ମୋହନ ବିଶ୍ଵ ବିଦ୍ୟାଳୟର କୁଳପତି ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ ଓ ଜଗତସିଂହପୁର ପୌର ପରିଷଦର ଅଧ୍ଯକ୍ଷା ଶ୍ରୀମତୀ ଅର୍ଜନା ସିଂହ ପ୍ରମୁଖ ଯୋଗ ଦେବେ । ୨୭ ତାରିଖ ପୂର୍ବାହ୍ନ ଅଧିବେଶନରେ ମଧ୍ୟ ପୁରାତନ ଛାତ୍ରମାନଙ୍କର ସମାବେଶ ଅନୁଷ୍ଠିତ ହେବ । ଏହିଦିନ ଅବରାହ୍ନରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ତ୍ତି, ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ ମୁଦୁଲି, ସଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ ଭୋଇ, ଅତିରିକ୍ତ ଶାସନ ସଚିବ ତଥା ପୂର୍ବତନ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଏବଂ ଜିଲ୍ଲା ଶିକ୍ଷାଧୁକାରୀ ଶ୍ରୀ ନିରଞ୍ଜନ ବେହେରା ଯୋଗ ଦେବେ । ପ୍ରତ୍ୟେକ ଦିନର ବିଭିନ୍ନ ଅଧିବେଶନରେ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପୁରତନ ଛାତ୍ରମାନଙ୍କୁ ଯୋଗଦାନ କରିଥିବା ସମସ୍ତ ପୁରାତନ ଛାତ୍ର ଓ ବର୍ତ୍ତମାନର ସ୍ମାରକୀ ସମ୍ବଦ୍ଧନା କରାଯିବ ଓ ଉତ୍ସବରେ ମାନର ଛାତ୍ରମାନଙ୍କୁ ପ୍ଲାଟିନମ ଜୁବୁଲି ରକୀ ପ୍ରଦାନ କରାଯିବ । ପ୍ରତ୍ୟେକ ସଂଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ । ଉତ୍ସବର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖଙ୍କ ସହଯୋଗ ଲୋଡାଯାଇଛି ବୋଲି ଡ. ନାୟକ ସୂଚନା ଦେବା ସହ ଜଗତସିଂହପ‌ ସିଂହପୁର ସହରର ସଚେତନ ଜନସାଧାରଣଙ୍କ ସହ ଣଙ୍କ ସହ‌ଯୋଗ କାମନା କରିଛନ୍ତି l ସମ୍ମିଳନୀରେ ପ୍ରଧାନ ଶିକ୍ଷକ ସାମ୍ବାଦିକ ସମ୍ମିଳନୀ ଶ୍ରୀ ଶୁକଦେବ ସାହୁ ଓ ଉତ୍ସବ ପାଳନ କମିଟି ପକ୍ଷରୁ ସର୍ବଶ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.