ଜଗତସିଂହପୁର,ତା-୨୩.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସ 21 ତାରିଖରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳିତ ହୋଇଥାଏ । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଆମ ଜିଲ୍ଲାର ପୁରୁଷ ବନ୍ଧ୍ୟାକରଣର ସଚେତନତା ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ଏହି ପକ୍ଷକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି, ନଭେମ୍ବର 21 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ସଚେତନତା ସପ୍ତାହ ଓ ନଭେମ୍ବର 28 ତାରିଖରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ସେବାପ୍ରଦାନ ସପ୍ତାହ । ଏ ବର୍ଷର ବାର୍ଭା ” ପରିବାର ନିୟୋଜନ ପତିର ଯୋଗଦାନ, ସୁସ୍ଥ ମାଆ ସୁସ୍ଥ ଶିଶୁ ପାଇଁ ପ୍ରୟୋଜନ “। ପୁରୁଷମାନଙ୍କ ପାଇଁ ଏନ. ଏସ . ଭି. ଏକ ସହଜ ଫଳପ୍ରଦ ଓ ସୁରକ୍ଷିତ ଜନ୍ମ ନିରୋଧ ଉପାୟ ଅଟେ । ଏଥିରେ ବେଶୀ ଜଟାକଟି କି ସିଲେଇର ଆବଶ୍ୟକତା ତା ନାହିଁ କି ପାର୍ଶ୍ବ ପ୍ରତିକ୍ରିୟା ନାହିଁ . ଏହାହାରା ପୁରୁଷର କୌଣସି କ୍ଷତି ହୁଏ ନାହିଁ । ଏହି ସେବା ମାଗଣାରେ ଯୋଗାଇଦିଆଯିବା ସହ ସେବା ଗ୍ରହଣ କାରୀଙ୍କ ପାଇଁ ଟ 2000 ଙ୍କା ରାଶି ପ୍ରଦାନର ସୁବିଧା ଅଛି ବୋଲି ଲୋକମାନଙ୍କୁ ଅବଗତ କରାଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଆମ ସମସ୍ତଙ୍କ ଦାୟିତ୍ଵ ହେବା ଉଚିତ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡାକ୍ତର ପ୍ରମୋଦ ବାରିକ ଏହି ପକ୍ଷ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବାକୁ ଯାଇ b12 ଅଭିଭାଷଣ ରଖିଥିଲେ ଯେ ପ୍ରଥମ ସପ୍ତାହରେ ସଚେତନତା ସପ୍ତାହ ଏହି ସପ୍ତାହରେ ପ୍ରତ୍ୟେକ ବ୍ଲକରେ ସଚେତନତା ରଥ ଓ ମାଈକିଙ୍ଗ ମାଧ୍ୟମରେ, ଆଶା ଓ ସ୍ବାସ୍ଥ୍ୟ କର୍ମକର୍ତା ଲୋକମାନଙ୍କୁ ବୁଝାଇବେ ବ୍ୟକ୍ତିଗତ ସ୍ତରରେ ହେଉ ଅବା ଗ୍ରୁପରେ, ତା ସହିତ ବ୍ୟାନର, ପୋଷ୍ଟର, ଲିପଲେଟ ଆଦି ଦେଖାଇ ପଢାଇ ସର୍ବେତନତା କରିବେ । ଦ୍ଵିତୀୟ ସପ୍ତାହରେ ଯେଉଁମାନଙ୍କୁ ଏ ଏସ .ଭି. ନିମନ୍ତେ ପଞ୍ଜିକରଣ କରିଥିବେ ସେମାନଙ୍କୁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଡାକ୍ତରଙ୍କ ଦ୍ବାରା ସେବା ପ୍ରଦାନ କରିବେ ଓ ସେ ସମ୍ପୂର୍ଣ ସୁସ୍ଥ ହେଲା ପର୍ଯ୍ୟନ୍ତ ତଦାରଖ କରିବେ ବୋଲି ବକ୍ତବ୍ୟ ରଖୁଥିଲେ । ଭକ୍ତ ସଭାରେ ଜିଲ୍ଲା ସ୍ତରରୁ ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ଆମ ସମସ୍ତଙ୍କ କର୍ଭବ୍ୟ, ତେଣୁ ସଚେତନତାକୁ ବ୍ୟାପକ କରିବା ନିମନ୍ତେ ଅଭିଭାଷଣ ରଖିଥିଲେ ।, ଉକ୍ତ ସଭାରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସ୍ତରରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ସହିତ ବ୍ଲକ ସ୍ତରରୁ ସମସ୍ତ ସୁପରିଟେଣ୍ଡେଣ୍ଟ ଓ ପ୍ରୋଗ୍ରାମ ଅଫିସରମାନେ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.
Next Post