ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଜଗଦଳପୁର ପୋଲିସ ଅଙ୍ଗନଦୀ ନିକଟରେ ଯାଞ୍ଚ କରି ଦୁଇଗୋଟି ବାଇକ ଓଡି ୧୭ କେ ୭୩୪୫ ଓ ଓଆର ୦୩ ୫୨୭୩ ରୁ ୧୩ କେଜି ୩୫୦ଗ୍ରାମ ଓଜନର ଗଂଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା ୩ ଜଣ ଯୁବକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଡଛାପାପାଲି ଗାଁ ର ନିକାଶ ଖଟୁଆ, ସଂଜିବ ସାହୁ ଏବଂ ଟିକରପଡାର ସନ୍ତୋଷ ସାହୁ କୁ ଗିରଫ କରି ଜଗଦଲପୁର ଥାନା କେଶ ନମ୍ବର ୧୮୧ ଅନୁଯାୟୀ କୋର୍ଟଚାଲାଣ କରାଯାଇଥିବା ଜଗଲପୁର ଥାନା ଅଧିକାରୀ ବିପିନ ବାଗ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.