ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଆଲୋଚନା ଚକ୍ର

0 2

ବେଲଗୁଣ୍ଠା,:-(ଶିବରାମ ଚୌଧୁରୀ )-ରିଖ ଦିନ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି। ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ପିଙ୍କି ପାତ୍ରଙ୍କ ଆବାହକତ୍ୱରେ ସୁଶ୍ରୀ ପ୍ରମିତା ରାଣୀ ଗୌଡ଼ “ଉଚ୍ଚଶିକ୍ଷା” ସମ୍ବନ୍ଧୀୟ ସନ୍ଦର୍ଭ ପଠା କରିଥିଲେ। ଏଥିରେ ସଭାପତି ଅଧ୍ୟକ୍ଷ ଶ ଅଜିତ କୁମାର ପଟ୍ଟନାୟକ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଯୋଗ ଦେଇଥିଲେ ଏବଂ ଅତିଥି ଭାବେ ଅଧ୍ୟାପକ ଡ଼ଃ ଗୁରୁମୂର୍ତ୍ତି ନାୟକ, ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଅଧ୍ୟାପକ ସପନ କୁମାର ପ୍ରଧାନ, ଅଧ୍ୟାପିକା ଶ୍ରୀମତୀ ପିଙ୍କି ପାତ୍ର, ରଞ୍ଜିତ କୁମାର ସାମଲ, ବିଶ୍ୱ ରଞ୍ଜନ ସ୍ୱାଇଁ ଏବଂ ଯୁବ ସାମ୍ବାଦିକ ଶିବ ରାମ ଚୌଧୁରୀ ମଞ୍ଚାସୀନ ଥିଲେ। ଏହି ସଭାରେ ଉଚ୍ଚ ଶିକ୍ଷାର ସମସ୍ୟା ଓ ତାର ସମାଧାନ, ଆରମ୍ଭ ଓ ଗତି ପ୍ରଗତି କୁ ଅତିଥି ମାନେ ବିଶ୍ଳେଷଣ କରିଥିଲେ। ବହୁ ଛାତ୍ର ଛାତ୍ରୀ ଏହି ପାଠଚକ୍ରରେ ଯୋଗ ଦେଇଥିଲେ। ଶେଷରେ ଶ୍ରୀମତୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.