ମୁଖ୍ୟ ଶାସନ ସଚିବଙ୍କ ଗଜପତି ଗସ୍ତ : ଯୁଦ୍ଧକାଳୀନ ଭିତିରେ ସମସ୍ତ କାର୍ଯ୍ୟ ସମ୍ପାଦନା କରିବାକୁ ନିର୍ଦ୍ଦେଶ 

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ  : ତିତଲି ପ୍ରଭାବରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଯୁଦ୍ଧକାଳୀନ ଭିତିରେ ସମସ୍ତ କାର୍ଯ୍ୟ ସମ୍ପାଦନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଅଧ୍ୟକ୍ଷତାରେ ଜିଲ୍ଲା ଦାୟିତ୍ୱରେ ଥିବା ସମ୍ବଲପୁର ରାଜସ୍ୱ କମିଶନର ଡିଭି ସ୍ୱାମୀ, ବ୍ରହ୍ମପୁର ରାଜସ୍ୱ କମିଶନର ଟିଏ ଆଓ ଏବଂ ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ  ଯୋଗଦେଇ ଆଲୋଚନାରେ ଆଲୋଚନା ଅଂଶଗ୍ରହଣ କରିଥିଲେ  ।

ଜିଲ୍ଲାରେ ତିତଲି ପ୍ରଭାବରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଥିବା ସହ ବ୍ୟାପକ କ୍ଷୟକ୍ଷତି ଓ ଜୀବନହାନୀ ହୋଇ ୧୮ଜଣ ମୃତୁ୍ୟ ଘଟିଥିବା କହିଥିଲେ  । ତିତଲି ପ୍ରଭାବିତ ସୃଷ୍ଟି ହୋଇଥିବା ଅସ୍ୱାଭାବିକ ପରିସ୍ଥିତିକୁ ସଜାଡିବା ଦିଗରେ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ସରକାର ଆବଶ୍ୟକ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ପ୍ରତି ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କା ଅନୁକମ୍ପା  ଲାଗି ଦିଆଯିବ । ଏବଂ ସମସ୍ତ ରାସନକାଡର଼୍ ଧାରୀଙ୍କୁ ନଗଦ ୧ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଆବାସରେ ଯୋଗାଇ ଦିଆଯିବ  । ସରକାରୀ ଘୋଷଣା ହୋଇଥିବା କରିଥିଲେ । ଅନ୍ୟପକ୍ଷରେ ୨୦ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ଅଂଚଳକୁ ବ୍ୟବସ୍ଥା ସ୍ୱାଭାବିକ କରାଯିବାକୁ ନିଦେ୍ର୍ଧଶ ଦିଆଯାଇଥିବା କହିିଥିଲେ  ।

ଝଡ଼ ବାତ୍ୟାରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ବୀମା ଯୋଜନାରେ ସାମିଲ କରିିବାକୁ ପରାମର୍ଶ ଦେଇଥିଲେ  । ବର୍ତ୍ତମାନ  ସୁଦ୍ଧା ୧୩ ଟ୍ରନ ପଲିଥିନ ପହଂଚି ସାଜିଥିବାବେଳେ ଆଉ ଦିନେ ୨ ଦିନରେ ୫୦ ଟ୍ରକ ପଲିଥିନ ଆସିଯିବ ବୋଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ  ।

Leave A Reply

Your email address will not be published.