ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-କାର୍ତ୍ତିକ ମାସ ପବିତ୍ର ଅବସରରେ ଆଜି ସହରର ବିଭିନ୍ନ ମନ୍ଦିର ରେ ଭିଡ ଦେଖିବାକୁ ମିଳିଥିବା ବେଳେ ହରିନାମ ରେ ପ୍ରକମ୍ପିତ ହେଉଛି ପୁରା ସହର। ଜଗନ୍ନାଥ ମନ୍ଦିର ରେ ଗତକାଲି ଗଙ୍ଗା ଆବାହନ ସହ ଅଧିବାସ କରାଯାଇ ଆଜି ସକାଳ ଠାରୁ ହରିନାମ ଜଜ୍ଞ ଆରମ୍ଭ ହୋଇଛି। ଗତକାଲି ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନା ର ଉପଦେଷ୍ଟା ସୁଧିର ଦାସ, ପୌର ଅଧ୍ଯକ୍ଷା ମମତା ଗୌଡ ଓ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡଙ୍କ ଉପସ୍ଥିତି ରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗଙ୍ଗାଜଳ ମନ୍ଦିର କୁ ଅଣା ଯାଇଥିଲା। ଆଜି ଆଖପାଖ ଅଞ୍ଚଳରୁ ବହୁ କିର୍ତ୍ତନ ମଣ୍ଡଳୀ ଭାଗନେଇ ଏହି ନାମ ସଂକୀର୍ତ୍ତନ ଜାରି ରଖିଛନ୍ତି। ମନ୍ଦିର ପରିଚାଳନା କମିଟିର ସଭାପତି ଡଃ ସତ୍ଯ ପ୍ରକାଶ ପଣ୍ଡା, କାର୍ଯ୍ଯକାରୀ ସଭାପତି ଡଃ ସୂର୍ଯ୍ୟ ନାରାୟଣ ପଣ୍ଡା, ନିରଞ୍ଜନ ପାଢି, ତିରୁପତି ମହାନ୍ତି, ଗୌରି ପଣ୍ଡା, ଫକିର ନାୟକ, ଉମା ଦାସ, ତିରୁପତି ରଥ, ରବି ପଣ୍ଡା, ଜିତୁ ନାୟକ, ସନ୍ତୋଷ ପଣ୍ଡା, ଅକ୍ଷୟ ପଣ୍ଡା, ମିଲି ପାଢି, ସଦାନନ୍ଦ ପଣ୍ଡା, ପୂଜକ ମନୋଜ ପାଢି, ପପି ପଣ୍ଡା, ବ୍ରହ୍ମା ଗୁପ୍ତେଶ୍ୱର ରଥସର୍ମା, ସୁଦାମ ରଥସର୍ମା ପ୍ରମୁଖଙ୍କ ସହଯୋଗ କ୍ରମେ ଏହି ନାମ ସଂକୀର୍ତ୍ତନ ସହ ସାମୁହିକ ପ୍ରଶାଦ ସେବନ କାର୍ଯ୍ୟକ୍ରମ ଚାଲିଛି। ସେହିପରି ସେଫାଳି ପାହାଡ ରାମେଶ୍ଵର ମନ୍ଦିର ରେ ମଧ୍ୟ ଅଷ୍ଟ୍ର ପ୍ରହର ନାମଜଜ୍ଞ ଚାଲିଛି ।ଆଜି ସକାଳ ଠାରୁ ଆରମ୍ଭ ହୋଇଛି। ମନ୍ଦିର କମିଟି ର କମଳାକାନ୍ତ ଖୁଣ୍ଟିଆ, ଅଜିତ ପଣ୍ଡା, ମୁନା ପାଢି, ପ୍ରେମାନସୁ ରଥ, ନୁନୁ ପାଢି, ଜଗଦିଶ ପାତ୍ର, ଦୁର୍ଗା ପାଣିଗ୍ରାହୀ ପ୍ରମୁଖଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଚାଲିଛି। ବିକ୍ରମପୁର ଛକରେ ମଧ୍ୟ ଚାରି ପ୍ରହର ନାମଯଜ୍ଞ ଚାଲିଛି। ଆଜି ରମାକାନ୍ତ ପାଢି, ଜଗନ୍ନାଥ ପାଢି, କାଳିଆ ସାହୁ, ପ୍ରବିଣ ଜେନା, ପାର୍ଥ ପଣ୍ଡା, ସଂଜୟ ପାଢି ପ୍ରମୁଖ ପରିଚାଳନା କରୁଛନ୍ତି।