ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଧୁମ ଧାମରେ ପାଳନ ନେଇ ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ସ୍ତରୀୟ ବୈଠକ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୧/୧୧/୨୩: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଜଗନ୍ନାଥ ମନ୍ଦିର ପରିସରରେ ଆଗାମୀ ୨୦୨୪ ଜାନୁୟାରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ କୁ ଗାଁ ଗହଳି ରେ ଧୁମଧାମରେ ପାଳନ ନେଇ ବିଶ୍ଵ ହିନ୍ଦୁ ପରିସରରେ ଜିଲ୍ଲା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦ ର ଧର୍ମାଚାର୍ଯ୍ୟ ପ୍ରମୁଖ ସୁଦର୍ଶନ ଦାସ ବାବା ଯୋଗ ଦେଇ ପ୍ରଭୁ ଶ୍ରୀ ରାମ ଙ୍କ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ କୁ ଯେପରି ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ଅତି ଆଡମ୍ବର ସହକାରେ ପାଳନ ହେବ ସେ ନେଇ କର୍ମକର୍ତ୍ତା ଙ୍କୁ କହିଥିଲେ। ଅଯୋଧ୍ୟାରୁ ନିମନ୍ତ୍ରଣ ପାତ୍ର ସହ ଅକ୍ଷତ ଚାଉଳ ଆସୁଥିବାରୁ ଏହାକୁ ଯେପରି ସମସ୍ତ ସନାତନ ଧର୍ମାବଲମ୍ବୀ ନିକଟରେ ପହଞ୍ଚା ଯିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ଅଯୋଧ୍ୟା ରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଦିନ ପ୍ରବଳ ଜନ ସମାଗମ ଆଶଙ୍କା ଥିବାରୁ ମନ୍ଦିର ଟ୍ରଷ୍ଟ ର ନିର୍ଦ୍ଦେଶ ପ୍ରକାରେ ପ୍ରତିଷ୍ଠା ଦିନ କେହି ନ ଯିବାକୁ ନିବେଦନ କରାଯାଇଥିବା କହିଥିଲେ। ଭାରତ ବର୍ଷ ର ବିଭିନ୍ନ ରାଜ୍ୟରୁ ସାଧୁସନ୍ଥ ତଥା ବାହାର ୪୦ ଟି ଦେଶର ସାଧୁସନ୍ଥ ଆସୁଥିବାରୁ ଏଥିରେ କଡା ସୁରକ୍ଷା ବଳୟରେ ପ୍ରତିଷ୍ଠା ଉତ୍ସବ ଥିବାରୁ ପ୍ରତିଷ୍ଠା ଉତ୍ସବ ସରିବା ପରେ ଫେବୃୟାରୀ ୧୦,୧୧ ଓ ୧୨ ତାରିଖ ପାଇଁ ଓଡ଼ିଶା ବିଶ୍ଵ ହିନ୍ଦୁ ପରିଷଦ ସଂଗଠନ କୁ ଅନୁମତି ଦିଆଯାଇଥିବା କହିଥିଲେ। ତେବେ ଉକ୍ତ ପ୍ରତିଷ୍ଠା ଦିନ ନିଜ ଗ୍ରାମ ରେ ରହି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଚତୁଃ ପାର୍ଶ୍ଵ ଗୌରୀକ ପତ୍ତକା ଲଗାଇବାକୁ କହିଥିଲେ। ପଞ୍ଚାୟତ ସ୍ତରରେ ଗଠିତ କମିଟି କୁ ନେଇ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରିବାକୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି କୃପାରାମ ସାହୁ,କାର୍ଯ୍ୟକାରୀ ସଭାପତି ସୁନିଲ କୁମାର ବେହେରା, ଜିଲ୍ଲା ସମ୍ପାଦକ ବାଳ କୃଷ୍ଣ ପଟ୍ଟନାୟକ, ଜିଲ୍ଲା ମଠ ମନ୍ଦିର ପ୍ରମୁଖ ଭଗବାନ ମହାନ୍ତି, ଡାବୁଗାଁ ବ୍ଲକ ମହିଳା ପ୍ରମୁଖ ତଥା ସମ୍ପାଦିକା ମନୋରମା ନାୟକ, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ସୁମିତ କୁମାର ଦଳେଇ, ବଜରଙ୍ଗ ଦଳ ସହ ପ୍ରମୁଖ ସନ୍ତୋଷ ଜେନା, ଉମରକୋଟ ବ୍ଲକ ବିଶ୍ଵ ହିନ୍ଦୁ ପରିଷଦ ସମ୍ପାଦକ ଅଶୋକ ପାତ୍ର, ଚୈନୁ ସିଂ, ତ୍ରିନାଥ ସିଂ, ପିତାମ୍ବର ନାୟକ, ଭରତ ପାଇକ, ପର୍ଶୁରାମ ମଙ୍ଗରାଜ ସହ ଜିଲ୍ଲା ର ବିଶ୍ଵ ହିନ୍ଦୁ ପରିଷଦ ର କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave A Reply

Your email address will not be published.