ଭୋଟର ତାଲିକା ରେ ନାମ ପଞ୍ଜିକରଣ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୧୧/୨୩ :ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଭୋଟର ତାଲିକା ରେ ନୂତନ ଭାବେ ନାମ ପଞ୍ଜିକରଣ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ତହସିଲଦାର ସଦାଶିବ। ଭତରା , ଏବିଡିଓ ପଦ୍ମନାଭ ତ୍ରିପାଠୀ ପ୍ରମୁଖ ମଞ୍ଚାଷିନ ଥିଲେ। ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ମିଶ୍ର ଗଣତନ୍ତ୍ର ର ସୁରକ୍ଷା ଓ ଅଖଣ୍ଡତା ରକ୍ଷା କରିବାକୁ ଯୁବକ ଯୁବତୀ ମାନେ ସକ୍ରିୟ ଭାବେ ଅଂଶୀଦାର ହେବା ଜରୁରୀ ବୋଲି କହିଥିଲେ। ଯେଉଁ ମାନଙ୍କ ବୟସ ୧୮ ବର୍ଷ ହୋଇଛି ସେମାନେ ଭୋଟର ତାଲିକା ରେ ନିଜ ନାମ ପଞ୍ଜିକରଣ କରିବାକୁ କହିଥିଲେ। ଭୋଟର ତାଲିକା ର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ତାଲିକାରେ ନୂତନ ଭୋଟର ଯେଉଁ ମାନଙ୍କ ବୟସ ୧୮ ବର୍ଷ ହୋଇ ସାରିଛି ସେମାନେ ନାମ ପଞ୍ଜିକରଣ କରିବାକୁ କହିଥିଲେ। ଘରେ ରହି ସ୍ମାର୍ଟ ଫୋନ ମାଧ୍ୟମରେ କିପରି ନିଜ ନାମ ପଞ୍ଜିକରଣ କରାଯିବ ସେ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷା ଦିଆ ଯାଇଥିଲା। ଆସନ୍ତା ନଭେମ୍ବର ୨୫ ତାରିଖ ରେ ପ୍ରତ୍ୟେକ ବୁଥ ରେ ବୁଥ ସ୍ତରୀୟ ଅଧିକାରୀଙ୍କୁ ନେଇ ସ୍ଵତନ୍ତ୍ର ଅଭିଯାନ ଅନୁଷ୍ଠିତ ହେବ । ଏଥିରେ ନୂତନ ଭାବେ ନାମ ପଞ୍ଜିକରଣ, ମୃତ ବ୍ୟକ୍ତି ଙ୍କ ନାମ ବାଦ ଦେବା,କୌଣସି ପ୍ରକାର ତ୍ରୁଟି ଥିଲେ ସଂଶୋଧନ କରିବା, ଆଧାର ସହ ଭୋଟର ଆଇଡି ସଂଯୋଗ ସହ ଅନ୍ୟ ସଂଶୋଧନ କାର୍ଯ୍ୟକ୍ରମ ଥିବାରୁ ଏହାକୁ ବହୁଳ ମାତ୍ରାରେ ପ୍ରଚାର ପ୍ରସାର କରିବାକୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭୋଟର ସଚେତନ ପାଇଁ ଆସିଥିବା କର୍ମଚାରୀ ନରସିଂହ ପାଣିଗ୍ରାହୀ, ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ, ଶିବ ପ୍ରସାଦ ସାହୁ, ଯାମିନି କାନ୍ତ ବିଶୋଇ ସହ ଅନ୍ୟ ଅଧ୍ୟାପକ ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.