ଡାବୁଗାଁ ରେ ବିଜେପି ର ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ବୈଠକ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୧୧/୨୩:  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ବିଜେପି ର ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ବୈଠକ ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନବରଙ୍ଗପୁର ସାଂସଦ ପର୍ଶୁରାମ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଦିବାନ ସିଂ, ଡାବୁଗାଁ ମଣ୍ଡଳ ସଭାପତି ଜି ରାଜ ଶେଖର ରାଓ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ କର୍ମୀ ମାନଙ୍କୁ ପ୍ରସ୍ତୁତ ରହିବାକୁ କହିବାରୁ ସହ ଡାବୁଗାଁ ବ୍ଲକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ହୋଇଥିବା ଦୁର୍ନୀତି ପ୍ରସଙ୍ଗ କୁ ପ୍ରାଥମିକ ଦେବାକୁ କହିଥିଲେ । ବିଶେଷ କରି ମନରେଗା ଦୁର୍ନୀତି ପ୍ରସଙ୍ଗ ରେ ଆଗାମୀ ନଭେମ୍ବର ୨୯ ତାରିଖ ଦିନ ବ୍ଲକ ଘେରାଉ କରାଯିବା ନେଇ ଆଲୋଚନା ହୋଇଥିଲା। ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହୋଇଥିବା ପ୍ରକୃତ ହିତାଧିକାରୀଙ୍କ ହକ ପାଇଁ ଲଢେଇ କରାଯିବା ସହ ଡାବୁଗାଁ ବ୍ଲକ ରେ ଶିକ୍ଷା, ସ୍ଵାସ୍ଥ୍ୟ ଓ କୃଷି ବିଭାଗ ରେ ହୋଇଥିବା ଅଧପତନ କୁ ନିର୍ବାଚନୀ ପ୍ରସଙ୍ଗ କରାଯିବ ବୋଲି କହିଥିଲେ। ନଭେମ୍ବର ୨୯ ତାରିଖ ରେ ହେବାକୁ ଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ବହୁଳ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେବାକୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶୁଭ ଜିତ ପାଣିଗ୍ରାହୀ, ଯୁବ ନେତା ପିଣ୍ଟୁ ଅଗ୍ରୱାଲ, ମନୋଜ ପାତ୍ର, ଜି ସତ୍ୟା ରାଓ,ରତନ କଲାର, ବୋରୀଗାଁ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ମନବୋଧ ଭତରା, ନରେଶ ସିଂ, ରାଜେନ୍ଦ୍ର ବିଶୋଇ, ଦିନେଶ ସିଂ, ମହୋନ ଦାସ ପୂଜାରୀ, ରାମଚନ୍ଦ୍ର ଭତରା, ସୁରୁ ନାନା, ବନ୍ଧୁ ମାଝୀ, ମହେନ୍ଦ୍ର ନାୟକ ତଥା ୧୨ ଗୋଟି ପଞ୍ଚାୟତ ର ପଞ୍ଚାୟତ ପ୍ରମୁଖ ଓ ସହ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.