ପ୍ରଜ୍ଞାନ ମିଶନ ତରଫରୁ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ପରିସରରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତ ଶିକ୍ଷକ ହରିଶ୍ଚନ୍ଦ୍ର ସାହୁ , ଅଭିମନ୍ୟୁ ପଣ୍ଡା ଓ ଯମୁନା ରାଇତ ବିଚାରକ ରୂପେ କାର୍ଯ୍ୟ ତୁଲାଇଥିବା ବେଳେ ଜିଲ୍ଲା ସଂଯୋଜକ ଗୁରୁଚରଣ ଶବର ଏବଂ ଦମ୍ବୁରୁଧର ବିଶ୍ଵାଳ ପରିଚାଳନା କରିଥିଲେ।
ପୂର୍ବପ୍ରସ୍ତୁତି କାର୍ଯ୍ୟରେ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହଯୋଗ କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ବ୍ଲକର କୃତି ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ସେଥିମଧ୍ୟରୁ ତିନୋଟି ବିଭାଗରୁ କୃତିତ୍ୱ ହାସଲ କରିଥିବା ନଅ ଜଣଙ୍କୁ ପୁରସ୍କାର ପ୍ରଦାନ ସହ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଜଗନ୍ନାଥ ଧାମ ପୁରୀ ଠାରେ ଅଂଶ ଗ୍ରହଣ କରିବେ।

Leave A Reply

Your email address will not be published.