ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ବେଲଗୁଣ୍ଠା ଏନ୍ଏସି ରେ ଏକ ଅସ୍ଥାୟୀ ଯୁବ ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟନ କରିବା ସହ ଯୁବ ବିଜେଡ଼ି କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି I ଆଜି ଅପରାହ୍ଣ ବାର ଘଣ୍ଟା ସମୟରେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ଜିଲ୍ଳା ଯୁବ ବିଜେଡ଼ି ସଭାପତି ଭବାନୀ କାନ୍ତ ସାହୁ ବେଲଗୁଣ୍ଠା ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ପରେ ଏକ ଖୋଲା ଜିପ୍ ରେ ବିଧାୟକ ଶ୍ରୀ ସ୍ୱାଇଁ ଏବଂ ଯୁବ ବିଜେଡ଼ି ସଭାପତି ଶ୍ରୀ ସାହୁଙ୍କ ସମେତ ନଗର ବିଜେଡ଼ି ସଭାପତି ରବୀନ୍ଦ୍ରନାଥ ମହାପାତ୍ର, ନଗରପାଳ ଫିରୋଜ ସେଠୀ, ଉପାଧ୍ୟକ୍ଷା ଟି.ବବିତା କୁମାରୀ, ଜିଲ୍ଳା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ, ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଦୁର୍ଗାମାଧବ ନାୟକ, ଏନ୍ଏସି ଯୁବ ବିଜେଡ଼ି ସଭାପତି ଚନ୍ଦ୍ରମଣି ସାମଲ ପ୍ରମୁଖ ବହୁ ଯୁବ ବିଜେଡ଼ି କର୍ମୀଙ୍କ ଗହଣରେ ନଗର ପରିକ୍ରମା କରିଥିଲେ I ପରେ ମାଆ ବ୍ରାହ୍ମଣ ଦେବୀ ପୀଠରେ ଏକ ସାଧରଣ ସଭା ଅନୁଷ୍ଠିତ ହୋଇଥିଲା I ଏଥିରେ ବିଧାୟକ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୁବକମାନଙ୍କୁ ଆଗକୁ ଆସି ବିଜେଡ଼ିର ମଙ୍ଗ ଧରିବା ସହ ନବୀନ ପଟ୍ଟନାୟକଙ୍କର ଜନ ହିତକର କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଅସୁବିଧା ସ୍ଥଳେ ବାଦ୍ ପଡ଼ିଥିବା ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ପରାମର୍ଶ ଦେଇଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ,ପ୍ରଦୀପ ସେଠୀ, କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି, ସନ୍ତୋଷ ସ୍ଵାଇଁ, ବରିଷ୍ଠ ବିଜେଡ଼ି ନେତା ଭି ଦେବୀ ପ୍ରସାଦ ପାତ୍ର, 48 ନମ୍ବର୍ ଜୋନ୍ ଯୁବ ବିଜେଡ଼ି ନେତା ପଞ୍ଚାନନ ନାୟକ, ଯୁବ ବିଜେଡି ସଂଗଠକ ଆଲୋକ ସାହାଣି, ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ I ଆଜିର ଏହି କାର୍ଯ୍ୟକ୍ରମକୁ ଯୁବ ବିଜେଡ଼ି ନେତା ସାଗର ରାଉତ,ପ୍ରଭାତ କୁମାର ସାହୁ, ଲିଟୁ ସାମଲ, ମଣ୍ଟୁ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ I
Sign in
Sign in
Recover your password.
A password will be e-mailed to you.