ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିସ୍ମୟ କାରୁ କଳା ଜାତୀୟ ସ୍ତରରେ ଓଡିଶାର ଆଜି ବହୁ ପ୍ରଶଂଶିତ ବୋଲି ଆଜିର ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଥିଲେ। ଗଜପତି ଜିଲ୍ଲାରେ ତିନୋଟି କେନ୍ଦ୍ର ମଧ୍ୟରୁ ପୌରାଞ୍ଚଳର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର -୦୧ରୁ ୨୨୫ଜଣ ସରସ୍ଵତୀ ବିଦ୍ୟାମନ୍ଦିର -୦୨ ରୁ ୨୫୧ ଜଣ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ୨୭୧ ଜଣ ଏବଂ ମୋହନା ବ୍ଲକ୍ ଲାଲବାହାଦୂର୍ ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟରୁ ୨୩୨ ଜଣ ଛାତ୍ର/ଛାତ୍ରୀ ମୋଟ ୯୭୯ ଜଣ ଅଂଗ୍ରହଣ କରିଥିଲେ।
ସରୋଜ କୁମାର ପଣ୍ଡା , ବିଚିତ୍ରାନନ୍ଦ ବେବର୍ତ୍ତା , ସସ୍ମିତା ଦାଶ , ମନୋଜ ପଟ୍ଟନାୟକ , ଆରୁପାଞ୍ଜଳି ମହାନ୍ତି , ଏ.ରାମାରାଓ , ତନିଶା ବେବର୍ତ୍ତା , ଅର୍ଜୁନ ଜେନା , ଡ.କଲ୍ୟାଣୀ ମିଶ୍ର , ସୀତାରାମ ପ୍ରଧାନ , ଆଶାଲତା ପାଣିଗ୍ରାହୀ , ବିନୋଦ ଚନ୍ଦ୍ର ରଥ ଏବଂ ମୋହନା ରୁ ଡ.ପ୍ରଦୀପ ଷଡ଼ଙ୍ଗୀ , ତାରିଣୀସେନ ଦାଶ ପ୍ରଭୃତି ଯୋଗଦାନ କରି କାର୍ଯ୍ଯକ୍ରମକୁ ସଫଳ କରିଥିଲେ। ଆଗାମୀ ୧୨.୦୧.୨୦୨୪ ବିବେକାନନ୍ଦ ଜୟନ୍ତୀ ଅବସରରେ ବିଜୟୀ ଛାତ୍ର , ଛାତ୍ରୀଙ୍କୁ ପୁରସ୍କୃତ କରାଯିବ।
Sign in
Sign in
Recover your password.
A password will be e-mailed to you.